ବଜେଟ ଅଧିବେଶ, ବିଜେପି ପରେ କକ୍ଷତ୍ୟାଗ କଲା କଂଗ୍ରେସ

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ବଜେଟ ଅଧିବେଶ । ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲଙ୍କ ଅଭିଭାଷଣରୁ ବିଧାନସଭାର ଦ୍ୱାଦଶ ତଥା ବଜେଟ ଅଧିବେଶନ ଆରମ୍ଭ ହୋଇଛି ।  ଅଭିଭାଷଣ ରଖୁଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ତେବେ ବଜେଟ୍ ଅଧିବେଶନ ଗୃହ ଆରମ୍ଭରୁ ବିରୋଧୀଙ୍କ ହୋହଲ୍ଲା, ହଟ୍ଟଗୋଳ ଦେଖିବାକୁ ମିଳିଛି। ନବ ଦାସ ହତ୍ୟାକାଣ୍ଡ ଓ ରାଜ୍ୟ ଆଇନଶୃଙ୍ଖଳା ଓ ଷଡ଼ଯନ୍ତ୍ରର ପ୍ରସଙ୍ଗ ଉଠାଇ ଗୃହରେ କମ୍ପାଇଲେ ବିରୋଧୀ । ଉଭୟ ବିଜେପି ଓ କଂଗ୍ରେସ ଏ ପ୍ରସଙ୍ଗକୁ ବଡ଼ ଅସ୍ତ୍ର କରି ସରକାରଙ୍କ ବିରୋଧରେ ନାରାବାଜି କରିଛନ୍ତି। ରାଜ୍ୟପାଳଙ୍କ ଅଭିଭାଷଣ ଜାରି ରହିଥିବା ବେଳେ ବିରୋଧୀ ବିଜେପି ବିଧ୍ୟାୟକ କକ୍ଷତ୍ୟାଗ କରିଥିବା ବେଳେ  ଏବେ କଂଗ୍ରେସ ବିଧାୟକ ବି କକ୍ଷ ତ୍ୟାଗ କରିଛନ୍ତି । ପ୍ରଥମେ ରାଜ୍ୟପାଳ ନିଜର ଅଭିଭାଷଣ ଆରମ୍ଭ କରୁ କରୁ ହିଁ କଂଗ୍ରେସ ସଦସ୍ୟ ପ୍ରତିବାଦ କରିଥିଲେ ।  ବାଚସ୍ପତିଙ୍କ ପୋଡ଼ିୟମ ତଳେ ଛିଡ଼ା ହୋଇ କଂଗ୍ରେସ ସଦସ୍ୟ ପ୍ରତିବାଦ ଜଣାଇଥିଲେ ।  ନବ ଦାସ ହତ୍ୟା ମାମଲା ଓ ରାଜ୍ୟର ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଅଭିଯୋଗ କରି ପ୍ରତିବାଦ ଜଣାଇଥିଲେ ।  ରାଜ୍ୟପାଳ ଅଭିଭାଷଣ ଦେଉଥିବାବେଳେ ହୋହାଲ୍ଲା ଓ ପାଟିତୁଣ୍ଡ କରିଥିଲେ । ଏପରିକି  ବିଧାୟକ ଦଳନେତା ନରସିଂହ ମିଶ୍ର ନିଜ ଆସନରେ ଛିଡ଼ା ହୋଇ ପ୍ରତିବାଦ ଜଣାଇଥିଲେ ।

Related Articles

Leave a Reply

Your email address will not be published.

Back to top button