୧୦ ଦିନ ଯାଏଁ ଚାଲିବ ତାଜ ମହୋତ୍ସବ

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହୋଇଛି ତାଜ ମହୋତ୍ସବ । ଏହି ଉତ୍ସବ ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ଚାଲୁ ରହିବ । ଚଳିତ ବର୍ଷର ଥିମ ରହିଛି ଜି୨୦ ଏବଂ ବିଶ୍ବବାସୀ ଭାଇଭାଇ ବା ଓ୍ବାର୍ଡ ବ୍ରଦରହୁଡ । ଆଗ୍ରାରେ ତାଜ ମହୋତ୍ସବ ଗାୟକ ଅମିତ ମିଶ୍ରଙ୍କ ଠାରୁ ଆରମ୍ଭ ହେବ । ମାର୍ଚ୍ଚ ୧ ତାରିଖ ପର‌୍ୟ୍ୟନ୍ତ ଏହି ମହୋତ୍ସବ ଜାରି ରହିବାକୁ ଥିବା ବେଳେ ସାଂସ୍କୃତିର କାର‌୍ୟ୍ୟକ୍ରମରେ ମୈଥିଲୀ ଠାକୁର, ପବନଦୀପ, ରାଜନ, ଅରୁଣିତା, କିଞ୍ଜଲଙ୍କ ସମେତ ଅନେକ କଳାକର ଯୋଗଦେବେ । ପ୍ରତିବର୍ଷ ତାଜ ମହୋତ୍ସବରେ ମୋଗଲକଳା, ପରମ୍ପରା ଏବଂ ସଂସ୍କୃତିକୁ ବିଶ୍ବବିଦିତ କରାଯାଇଥାଏ । ଏହାସହ କାନ୍ଥରେ ସ୍ବାଧିନତା ସଂଗ୍ରାମୀ, ବୀରପୁତ୍ରମାନଙ୍କ ଚିତ୍ର ଅଙ୍କନ କରାଯାଇଥାଏ । ଏହାସହ ମହାପୁରୁଷଙ୍କ କାହାଣୀକୁ ଚିତ୍ର ମାଧ୍ୟମରେ ବର୍ଣ୍ଣନା କରାଯାଉଥାଏ । ଭାରତର ସମୃଦ୍ଧ ଇତିହାସକୁ ବୁଝିବା ପାଇଁ ଏହା ସବୁଠାରୁ ବଡ ସୁଯୋଗ ହୋଇଥାଏ । ୯ ଦିନ ବ୍ୟାପୀ ହୋବାକୁ ଥିବା କାର‌୍ୟ୍ୟକ୍ରମରେ ଦେଶେର କଳା, ସ୍ଥାପତ୍ୟ, ସଂସ୍କୃତି, ଶିଳ୍ପକୁ ପ୍ରଦର୍ଶିତ କରାଯାଇଥାଏ ।

Related Articles

Leave a Reply

Your email address will not be published.

Back to top button