ଫାଟକ୍ ପଡି ୪ ଶିଶୁ ଗୁରୁତର

ଭଞ୍ଜନଗର: ଭଞ୍ଜନଗର ସହର ତଳି ଚିଦାନନ୍ଦ କୁଷ୍ଠାଶ୍ରମ କଲୋନୀ ମୁଖ୍ୟ ଦ୍ବାର ଉପରେ ଚଢି ଖେଳୁଥିବା ବେଳେ ଗେଟ୍‌ଟି ଭୁଶୁଡ଼ି ପଡିଲା ଇଟା କାନ୍ଥ ଓ ଗେଟ୍। ଟିଣ ଗେଟ୍ ତଳେ ଚାପି ହୋଇ ୪ ଜଣ ଶିଶୁ ଗୁରୁତର ଆହତ ହୋଇଛନ୍ତି। ଆହତ ଶିଶୁ ମାନଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି। ଏମାନଙ୍କ ମଧ୍ୟରୁ ଜଣେ ୪ ବର୍ଷର ଶିଶୁପୁତ୍ରର ଗୋଟିଏ ଗୋଡ ଭାଙ୍ଗି ଯାଇଥିବା ବେଳେ ଅନ୍ୟ ଜଣେ ୧୦ ବର୍ଷର ଝିଅର ଗୋଟିଏ ହାତ ଭାଙ୍ଗିଛି। ଏବେ ଏମାନଙ୍କୁ ମେଡିକାଲରେ ଚିକିତ୍ସା କରାଯାଉଥିବା ବେଳେ ଏମାନେ ସଭିଏଁ ବିପଦମୁକ୍ତ ଥିବା ଡ଼ାକ୍ତରଖାନା ସୁତ୍ରରୁ ଜଣାପଡିଛି। ମିଳିଥିବା ସୂଚନା ମୁତାବକ, କୃଷ୍ଣନଗର ଗ୍ରାମର ସନିଆ ମୂଳିଙ୍କ ୪ ବର୍ଷର ପୁଅ ରୋଶନ ମୁଳି, ରଙ୍କ ନାୟକଙ୍କ ୧୪ ବର୍ଷର ପୁଅ ସମୀର ନାୟକ, ଅଜିତ୍ ନାୟକଙ୍କ ୧୦ ବର୍ଷର ଝିଅ ଦୀପି ନାୟକ ଓ ରାହୁଲ ନାୟକ (୧୨) ରବିବାର ସକାଳ ୧୦ଟା ବେଳେ ନିକଟସ୍ଥ କୁଷ୍ଠାଶ୍ରମ ମୁଖ୍ୟ ଫାଟକରେ ଚଢି ଖେଳୁଥିବା ବେଳେ ଟିଣ ଚଦର ଆଚ୍ଛାଦିତ ଫାଟକଟି ଇଟା ପିଲର୍ ସହ ଭୁଶୁଡ଼ି ପଡିବା ସହ ପାଖରେ ଥିବା ଏକ ଇଟା ଗଦା ଉପରେ ପଡି ଯାଇଥିଲା। ଫଳରେ ଏଠାରେ ଖେଳୁଥିବା ୧୦ ରୁ ଅଧିକ ପିଲା ଇଟା ଗଦା ଉପରେ ପଡିଯାଇ ଥିବା ବେଳେ ଏମାନଙ୍କ ମଧ୍ୟରୁ ୪ ଜଣଙ୍କ ଉପରେ ଭୁଷୁଡି ପଡିଥିବା ଟିଣ ଗେଟ୍ ମାଡି ବସିବାରୁ ଏମାନେ ଆହାତ ହୋଇଥିଲେ।

Related Articles

Leave a Reply

Your email address will not be published.

Back to top button