ଦିଲ୍ଲୀ ଟେଷ୍ଟରେ ବିଜୟ ହେଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ:ପୁଣି ବାଜିମାରିଲା ଭାରତ । ଦିଲ୍ଲୀ ଟେଷ୍ଟରେ ବିଜୟ ହେଲା ଟିମ ଇଣ୍ଡିଆ । ଅଷ୍ଟ୍ରେଲିଆକୁ ୬ ୱିକେଟ୍ ହରାଇଲା ଭାରତ । ଜାଡେଜା ନେଲା ୧୦ ୱିକେଟ । ଅଷ୍ଟେଲିଆ ବିପକ୍ଷରେ ଟିମ ଇଣ୍ଡିଆର ଏକତରଫା ବିଜୟ । ଅଷ୍ଟ୍ରେଲିଆ ୨୬୩-୧୧୩ ଏବଂ ଭାରତ ୨୬୨-୧୧୮ରନରେ ବିଜୟ କରିଛି ଭାରତ । ୪ଟିକିଆ ବିଶିଷ୍ଟ ସିରିଜରେ ୨-୦ରେ ଆଗୁଆ ରହିଲା ଭାରତ । ୨୫ ହଜାର ରନ ସଂଗ୍ରହ କଲେ ବିରାଟ କୋହଲି । କୋହଲି ରହିଲେ ଆଉ ଏକ ଇତିହାସ । ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟରେ ଭାରତ ଜବରଦସ୍ତ ବିଜୟ ହାସଲ କରିଛି। ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମରେ ଖେଳାଯାଉଥିବା ଏହି ଟେଷ୍ଟରେ ଭାରତ ତୃତୀୟ ଦିନରେ ୬ ୱିକେଟ୍ରେ ମ୍ୟାଚ୍ କବ୍ଜା କରିନେଇଛି। ଏହା ସହ ଭାରତ ଚାରି ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ ଆଗୁଆ ରହିଛି। ଅଷ୍ଟ୍ରେଲିଆର ଦ୍ୱିତୀୟ ଇଂନିସରେ ଗୋଟିଏ ପରେ ଗୋଟିଏ ୱିକେଟ ନେଇ କଙ୍ଗାରୁ ଟିମକୁ ଧରାଶାୟୀ କରି ଦେଇଥିଲେ ଜାଡେଜା। ଫଳରେ ଅଷ୍ଟ୍ରେଲିଆ ଦଳ ଦ୍ୱିତୀୟ ଇଂନିସରେ ୩୧ ଓଭର ୧ ବଲ ଖେଳି ୧୧୩ ରନରେ ଅଲଆଉଟ ହୋଇଯାଇଛି।

Related Articles

Leave a Reply

Your email address will not be published.

Back to top button