ବଦଳିଲା ଅଙ୍ଗନବାଡି କର୍ମୀଙ୍କ ନିଯୁକ୍ତି ପାଇଁ ବୟସ ଏବଂ ଶିକ୍ଷାଗତ ଯୋଗ୍ୟତା

ଭୁବନେଶ୍ବର : ପୋଷଣ ୨.୦ ଏବଂ ସକ୍ଷମ ଅଙ୍ଗନବାଡି କାର୍ୟ୍ୟକାରୀ ପାଇଁ ବଦଳିଲା ଅଙ୍ଗନବାଡି କର୍ମୀ ଏବଂ ସହାୟିକାଙ୍କ ନିଯୁକ୍ତି ପାଇଁ ବୟସ ଏବଂ ଶିକ୍ଷାଗତ ଯୋଗ୍ୟତାର ମାନଦଣ୍ଡ। ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି କରିଛନ୍ତି। ୧୮ରୁ ୩୫ ବୟସ୍କା ସର୍ବନିମ୍ନ ଦ୍ବାଦଶ ଉତ୍ତୀର୍ଣ୍ଣ ପ୍ରାର୍ଥିନୀ ଏଥିପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ। ପୂର୍ବରୁ ସର୍ବନିମ୍ନ ଯୋଗ୍ୟତା ଦଶମ ଉତ୍ତୀର୍ଣ୍ଣ ଥିବା ବେଳେ ୨୧ରୁ ୪୫ ବର୍ଷ ବୟସ୍କା ମହିଳା ଅଙ୍ଗନବାଡି କର୍ମୀ ପାଇଁ ଆବେଦନ କରିପାରୁଥିଲେ। ଜିଲ୍ଲାସ୍ତରରେ ଏହି ପଦ ପାଇଁ ବିଜ୍ଞପ୍ତି ପ୍ରକାଶିତ ହେଲେ ସେହି ଅନୁଯାୟୀ ସୂଚନା ଦେବା ପାଇଁ କୁହାଯାଇଛି।

Related Articles

Leave a Reply

Your email address will not be published.

Back to top button