ନୂଆଦିଲ୍ଲୀ ବିଶ୍ୱର ଦ୍ୱିତୀୟ ପ୍ରଦୂଷିତ ସହର

ନୂଆଦିଲ୍ଲୀ:  ଦେଶର ରାଜଧାନୀ ଦିଲ୍ଲୀ ସର୍ବଦା ପ୍ରଦୂଷଣକୁ ନେଇ ଚର୍ଚ୍ଚାରେ ରହିଛି । ଏହା ଫଳରେ ସେଠିକାର ଲୋକମାନେ କେଉଁ କେଉଁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ତାହା ସମସ୍ତେ ଜାଣନ୍ତି । ଦିଲ୍ଲୀରେ ଲଗାତର ଭାବେ ବଢୁଥିବା ପ୍ରଦୂଷଣ ଦିଲ୍ଲୀବାସୀଙ୍କୁ ବିଭିନ୍ନ ରୋଗରେ ଆକ୍ରାନ୍ତ କରାଉଛି । ସେପଟେ କିଛିଦିନ ହେବ ଦିଲ୍ଲୀର ବାୟୁ ଗୁଣବତା ଲେବଲରେ କିଛିଟା ସୁଧାର ଆସିଛି । ଫେବୃଆରୀ ୧୩ ତାରିଖରେ ଏକ ରିପୋର୍ଟ ମୁତାବକ ଦୁନିଆର ସବୁଠାରୁ ଅଧିକ ପ୍ରଦୂଷିତ ୧୦ ସହର ମଧ୍ୟରୁ ଦିଲ୍ଲୀ ବାହାରି ଯାଇଥିଲା । ହେଲେ ଏବେକାର ରିପୋର୍ଟ ମୁତାବକ ପୁଣିଥରେ ବିଶ୍ୱର ସବୁଠାରୁ ଅଧିକ ପ୍ରଦୂଷିତ ୧୦ ସହର ମଧ୍ୟରେ ଦିଲ୍ଲୀ ସାମିଲ ହୋଇଛି । କେବଳ ସାମିଲ ହୋଇନାହିଁ ପ୍ରଦୂଷଣର ମାତ୍ରା ଏତେ ବଢିଛି ଯେ ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ପହଂଚିଛି ଦେଶର ରାଜଧାନୀ ଦିଲ୍ଲୀ । ଏହି ତାଲିକାରେ ଦିଲ୍ଲୀ ବ୍ୟତୀତ କୋଲକତା ଓ ମୁମ୍ବାଇ ସହର ମଧ୍ୟ ରହିଛି । ସେଣ୍ଟର ଫର ରିସର୍ଚ୍ଚ ଅନ ଏନର୍ଜୀ ଆଣ୍ଟ କ୍ଲିନ ଏୟାରର ଅଧିକାରୀ ସୁନୀଲ ଦହିଆ କହିଛନ୍ତି କି ଦ୍ରୁତ ଗତିରେ ପବନ ଓ ବର୍ଷା କେବଳ ଦିଲ୍ଲୀର ପ୍ରଦୂଷଣ ରୋକିବାରେ ସହାୟକ ହେଉଛି । ଏହି କାରଣରୁ ବର୍ଷା ଋତୁରେ ଦିଲ୍ଲୀର ବାୟୁ ଗୁଣବତା ଭଲ ରହିଥାଏ । ହେଲେ ଚଳିତ ବର୍ଷ ବର୍ଷାଋତୁ ପରେ ଦିଲ୍ଲୀରେ କେବଳ ଥରେମାତ୍ର ବର୍ଷା ହୋଇଛି । ହେଲେ ପବନ ବୋହିବା କାରଣରୁ ଦିଲ୍ଲୀର ପ୍ରଦୂଷଣମାତ୍ରା ଟିକେ କମ ରହିଛି ।

Related Articles

Leave a Reply

Your email address will not be published.

Back to top button