ତୁର୍କୀ ଭୂକମ୍ପ: ମୃତ୍ୟୁସଂଖ୍ୟା ୪୧ ହଜାର ଟପିଲା

ଆଙ୍କାରା : ତୁର୍କୀରେ ଘଟିଥିବା ବିନାଶକାରୀ ଭୂକମ୍ପକୁ ୧୧ ଦିନ ବିତିଯାଇଥିବା ବେଳେ ମୃତ୍ୟୁସଂଖ୍ୟା ୪୧ ଉପରେ ପହଞ୍ଚିଛି । ଦେଶରେ ଚାରିଆଡ଼ ଶବମୟ ହୋଇପଡ଼ିଥିବା ବେଳେ ଉଦ୍ଧାର କାର୍ଯ୍ୟ ମଧ୍ୟ ଜାରି ରହିଛି । ତୁର୍କୀରେ ଏହି ବିପର୍ଯ୍ୟୟ ମଧ୍ୟରେ ଏବେ ବି ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳୁଛି । ୧୦ ଦିନ ପରେ ମଧ୍ୟରେ ଧ୍ୱଂସାବଶେଷ ତଳୁ ଲୋକଙ୍କ ଜୀବିତ ବାହାରିବା କ୍ରମ ଜାରି ରହିଛି । ଏପରି ଏକ ଘଟଣା ଦକ୍ଷିଣ ତୁର୍କୀର କହାରନମାରସରେ ଦେଖିବାକୁ ମିଳିଛି । ଏଠାରେ ଭୂକମ୍ପର ୧୦ ଦିନ ପରେ ଧ୍ୱଂସାବଶେଷ ହଟାଇବା ବେଳେ ଏଲିନା ଓଲ୍‌ମେଜ୍ ନାମକ ଜଣେ ୧୭ ବର୍ଷୀୟ ଯୁବତୀଙ୍କୁ ଜୀବିତ ଥିବା ଦେଖିବାକୁ ମିଳିଛି । ଭୀଷଣ ଥଣ୍ଡା ସତ୍ତ୍ୱେ ଧ୍ୱଂସାବଶେଷ ତଳେ ଜୀବିତ ଏଲିନାଙ୍କୁ ଦେଖି ଉଦ୍ଧାର କାର୍ଯ୍ୟରେ ସାମିଲ କର୍ମଚାରୀ ମଧ୍ୟ ଆଶ୍ଚର୍ଯ୍ୟଚକିତ ହୋଇପଡ଼ିଥିଲେ । ଭୂକମ୍ପରେ ଧ୍ୱଂସ ହୋଇଯାଇଥିବା ଏକ ଆପାର୍ଟମେଣ୍ଟ୍‌ର ବ୍ଲକ୍ ତଳୁ ଏଲିନାଙ୍କୁ ବାହାର କରାଯାଇଥିବା ଉଦ୍ଧାର କାର୍ଯ୍ୟରେ ସାମିଲ ଟିମ୍‌ହ ସଦସ୍ୟ ତୁର୍କୀ ମିଡିଆକୁ କହିଛନ୍ତି । ଦଳର ଜଣେ ସଦସ୍ୟ ଅଲୀ ଅକ୍‌ଡୋଗନ୍ କହିଛନ୍ତି, ଏଲିନାଙ୍କୁ ଉଦ୍ଧାର କରାଯିବା ବେଳେ ସେ ଥରେ ଆଖି ଖୋଲିବା ପରେ ବନ୍ଦ କରିଦେଇଥିଲେ । ସୂଚନାଯୋଗ୍ୟ, ଫେବୃଆରୀ ୬ ତାରିଖରେ ତୁର୍କୀରେ ଭୟଙ୍କର ଭୂମିକମ୍ପ ଅନୁଭୂତ ହୋଇଥିଲା । ସକାଳ ୪ଟା ୧୭ ବେଳେ ୭.୮ ତୀବ୍ରତାର ପ୍ରଥମ ଝଟ୍‌କା ଅନୁଭୂତ ହୋଇଥିଲା । ଏହାପରେ ପଛକୁ ପଛ ୬.୪ ଓ ୬.୫ ତୀବ୍ରତାର ଆଉ ଦୁଇଟି ଝଟ୍‌କା ଅନୁଭୂତ ହୋଇଥିଲା । ଏହି ଭୂକମ୍ପ ମାଲାଟୟା, ସନଲିଉର୍ଫ।।, ଓସ୍‌ମାନିୟେ ଏବଂ ଦିୟାରବାଫିର୍ ସହିତ ୧୧ ପ୍ରଦେଶରେ ଧ୍ୱଂସଲୀଳା ସୃଷ୍ଟି କରିଥିଲା । ସନ୍ଧ୍ୟା ୪ଟା ବେଳେ ଭୂକମ୍ପର ଚତୁର୍ଥ ଝଟ୍‌କା ଅନୁଭୂତ ହୋଇଥିଲା । ଏହି ଝଟ୍‌କା ସବୁଠୁ ଅଧିକ ଧ୍ୱଂସଲୀଳା କରିଥିଲା । ଏହାର ଠିକ୍ ଦେଢ଼ଘଣ୍ଟା ପରେ ସନ୍ଧ୍ୟା ସାଢ଼େ ୫ଟାରେ ଭୂକମ୍ପର ପଞ୍ଚମ ଝଟ୍‌କା ଆସିଥିଲା ।

Related Articles

Leave a Reply

Your email address will not be published.

Back to top button