ଜେରା ହେଲେ ବର୍ଷା ପ୍ରିୟଦର୍ଶିନୀ

କଟକ : କଟକ ପରିବାର ଅଦାଲତରେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ବ୍ୟକ୍ତିଗତ ଭାବେ ପହଞ୍ଚିଥିଲେ । ପୂର୍ବରୁ ସାକ୍ଷ୍ୟ ଗ୍ରହଣ ଅଧା ଥିବାବେଳେ ବର୍ଷା ପ୍ରିୟଦର୍ଶିନୀଙ୍କୁ ଅନୁଭବଙ୍କ ତରଫରୁ ଆଇନଜୀବୀ ଜେରା କରିଥିଲେ । ଅନୁଭବଙ୍କ ପିଟିସନ, ଅଦାଲତରେ ଦାଖଲ କରାଯାଇଥିବା ସତ୍ୟପାଠ ଓ ତଥ୍ୟ ସଂପର୍କିତ ସଂପୃକ୍ତ ପ୍ରଶ୍ନ ନୁହେଁ ବୋଲି ବର୍ଷାଙ୍କ ଆଇନଜୀବୀ ଦର୍ଶାଇଥିଲେ । ପରବର୍ତ୍ତା ଶୁଣାଣିରେ ପୁଣି ବର୍ଷାଙ୍କୁ ଜେରା କରାଯିବ । ସୂଚନାଥାଉକି, ଅନୁଭବ ମହାନ୍ତି ଦିଲ୍ଲୀର ପଟିଆଲା ହାଉସ ପରିବାର ଅଦାଲତରେ ଛାଡପତ୍ର ପାଇଁ ୨୦୨୦ ଜୁଲାଇ ୧୬ରେ ପିଟିସନ ଦାଖଲ କରିଥିଲେ । ଏହି ଛାଡପତ୍ର ମାମଲାକୁ କଟକ ପରିବାର ଅଦାଲତକୁ ସ୍ଥାନାନ୍ତର ପାଇଁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ୨୦୨୧ ମାର୍ଚ୍ଚ ୫ରେ ସୁପ୍ରିମକୋର୍ଟରେ ମାମଲାର ଚୂଡାନ୍ତ ଶୁଣାଣି ହୋଇଥିଲା । ଅନୁଭବଙ୍କ ସହମତିକୁ ବିଚାରକୁ ନେଇ ସୁପ୍ରିମକୋର୍ଟ ବର୍ଷାଙ୍କ ଟ୍ରାନ୍ସଫର ପିଟିସନକୁ ଅନୁମତି ଦେଇଥିଲେ ।

Related Articles

Leave a Reply

Your email address will not be published.

Back to top button