୨୦୨୪ରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢିବେ ଭାରତୀୟ ବଂଶୋଦ୍ଭବ ନିକ୍କି ହେଲି

ୱାଶିଂଟନ : ଆମେରିକାର ରିପବ୍ଲିକ ପାର୍ଟିର ନେତା ଭାରତୀୟ ବଂଶୋଦ୍ଭବ  ନିକ୍କି ହେଲି ୨୦୨୪ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ଲଢିବେ । ସେ ନିଜର ଏକକାଳୀନ ନେତା ତଥା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଏକ ଯୁବ ତଥା ତାଜା ବିକଳ୍ପ ଭାବେ ନିଜକୁ ଉପସ୍ଥାପନ କରିଛନ୍ତି । ହେଲି ଦକ୍ଷିଣ କାରୋଲିନାର ଦୁଇ ଥର ରାଜ୍ୟପାଳ ରହିବା ସହିତ ମିଳିତ ଜାତିସଂଘୟରେ ଆମେରିକାର ରାଷ୍ଟ୍ରଦୂତ ରହିଛନ୍ତି । ନିଜ ସମର୍ଥକମାନଙ୍କୁ ନିକ୍କି ହେଲି କହିଛନ୍ତିୁ ଯେ, ଏକ ମଜବୁତ ଓ ଗୌରବଶାଳୀ ଆମେରିକା ପାଇଁ ମୁଁ ଆମେରିକା ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଲଢୁଛି । ଯେତେବେଳେ ଆମେରିକା ଉତଥାନ-ପତନ ଦେଇ ଗତି କରେ, ଦୁନିଆ ଅସୁରକ୍ଷିତ ହୋଇଯାଏ ଏବଂ ଆଜି ଆମ ଶତ୍ରୁ ମାନେ ଭାବୁଛନ୍ତି ଯେ, ଆମେରିକାର ଯୁଗ ଶେଷ ହୋଇଛି । ଏହା ସେମାନେ ଭୁଲ ଭାବୁଛନ୍ତି । ରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟାରେ ଯୋଗ ଦେବା ପୁର୍ବରୁ ହେଲିଙ୍କୁ ରିପବ୍ଲିକାନ ରାଷ୍ଟ୍ରପତି ପ୍ରାଥମିକତା ଜିତିବାକୁ ପଡିବ । ନଭେମ୍ବର ୫, ୨୦୨୪ରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ ।

Related Articles

Leave a Reply

Your email address will not be published.

Back to top button