ଚଳଚ୍ଚିତ୍ର ଓ ଟେଲି ପୁରସ୍କାର ବିତରଣ ଉତ୍ସବ: ଘନଶ୍ୟାମ ମହାପାତ୍ରଙ୍କୁ ଜୟଦେବ ସମ୍ମାନ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୩୧ତମ ରାଜ୍ୟ ଚଳଚ୍ଚିତ୍ର ଏବଂ ୮ମ ରାଜ୍ୟ ଟେଲି ପୁରସ୍କାର ଉତ୍ସବ ଆଜି ଉତ୍କଳ ମଣ୍ଡପଠାରେ ଅନୁଷ୍ଠିତ ହୋଇଛି । ୧୯୩୩ ମସିହା ଢେଙ୍କାନାଳରେ ଜନ୍ମଗ୍ରହଣ କରିଥିବା ଭେଟେରାନ ନିର୍ମାତା ତଥା ନିର୍ଦ୍ଦେଶକ ଘନଶ୍ୟାମ ମହାପାତ୍ର , ୧୯୮୫ ଓ ୧୯୮୬ ମସିହା ପାଇଁ ଦୁଇ ଦୁଇ ଥର ଜାତୀୟ ପୁରସ୍କାର ପାଇଥିବା ବେଳେ ଓଡ଼ିଆର ଶ୍ରେଷ୍ଠ ଚଳଚ୍ଚିତ୍ର ‘କନକଲତା’୨୦୧୯ ବର୍ଷ ପାଇଁ ଚଳଚ୍ଚିତ୍ର କ୍ଷେତ୍ରରେ ବିଶିଷ୍ଟ ନିର୍ମାତା, ନିର୍ଦ୍ଦେଶକ ଘନଶ୍ୟାମ ମହାପାତ୍ରଙ୍କୁ ମର୍ଯ୍ୟାଦାଜନକ ଜୟଦେବ ପୁରସ୍କାର ପ୍ରଦାନ କରାଯାଇଛି । ଏହା ବ୍ୟତୀତ ୨୦୧୯ ପାଇଁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ମନୋନୀତ ହୋଇଥିବା ‘କାଲିର ଅତୀତ’ ପାଇଁ ନୀଳ ମାଧବ ପଣ୍ଡାଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ଦିଆଯାଇଛି । ଚଳଚ୍ଚିତ୍ର ‘ଖୁସି’ରେ ତାଙ୍କ ଭୂମିକା ପାଇଁ ସରୋଜ ପରିଡ଼ା ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିବାବେଳେ, କାବ୍ୟା କିରଣଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପ୍ରଦାନ କରାଯାଇଛି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଅବକାରୀ ବିଭାଗ ମନ୍ତ୍ରୀ ଅଶ୍ୱିନୀ ପାତ୍ର ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଥିଲେ । ଏହି ସନ୍ଧ୍ୟାର ମୁଖ୍ୟଅତିଥି ଭାବେ ବିଜ୍ଞାନ ଓ ବୈଷୟକ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଶିଷ୍ଟଅତିଥି ଭାବେ ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲଚନା ଦାସ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ସମ୍ମାନୀୟ ଅତିଥିଭାବେ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ ସତ୍ୟବ୍ରତ ତ୍ରିପାଠୀ ପ୍ରମୁଖ ଯୋଗଦେଇଥିଲେ । ସେହିପରି ଶ୍ରେଷ୍ଠ ଟେଲି ଚଳଚ୍ଚିତ୍ର ଭାବେରେ ‘କାଳିଆ କରୁଛି ଲୀଳା’ ମନୋନୀତ ହୋଇଛି । ଏହାର ପୁରସ୍କାର ବିତରଣ ଉତ୍ସବ ଆସନ୍ତାକାଲି ଉତ୍କଳ ମଣ୍ଡପଠାରେ ଅନୁଷ୍ଠିତ ହେବ ।

Related Articles

Leave a Reply

Your email address will not be published.

Back to top button