ନବ ଦାସ ହତ୍ୟା ମାମଲା, ସିବିଆଇ ତଦନ୍ତ ଆବେଦନକୁ ଖାରଜ

କଟକ : ନବ ଦାସ ହତ୍ୟା ମାମଲାର ସିବିଆଇ ତଦନ୍ତ ଆବେଦନକୁ ଖାରଜ କଲେ ହାଇକୋର୍ଟ । ସିବିଆଇ ତଦନ୍ତ ଲାଗି ଆବେଦନ କରିଥିଲେ ଭାରତୀୟ ବିକାଶ ପରିଷଦ । ଘଟଣା ଘଟିବାର ମାତ୍ର ୧୧ ଦିନ ବିତିଥିବାରୁ ସିବିଆଇ ତଦନ୍ତ ଆବେଦନ ଶୁଣାଣି ଯଥାର୍ଥ ନୁହେଁ ବୋଲି କହିଲେ ହାଇକୋର୍ଟ । ସେପଟେ ଧରାପଡ଼ିବ ଗୋପାଳର ମିଛ ଧରିବା ପାଇଁ ନାର୍କୋ ଟେଷ୍ଟ କରାଯିବ । ଆଜିଠୁ ଗୋପାଳର ତୃତୀୟ ପର୍ୟ୍ୟାୟ ରିମାଣ୍ଡ ଅବିଧି ଆରମ୍ଭ ହେଉଛି । ଏହି ସମୟରେ ଅଭିଯୁକ୍ତର ହେବ ପଲିଗ୍ରାଫ ଓ ନାର୍କୋ ଟେଷ୍ଟ । ନାର୍କୋ ଟେଷ୍ଟ ପାଇଁ ଗତକାଲିଠୁ ଗୋପାଳକୁ ଗୁଜରାଟ ଗାନ୍ଧୀନଗରକୁ ନିଆଯାଇଛି । କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ଏକ ୮ ଜଣିଆ ଟିମ୍ ଗୋପାଳକୁ ନେଇ ନାର୍କୋ ଟେଷ୍ଟ ପାଇଁ ଯାଇଛି । ଗୋପାଳ ମୁହଁରୁ ସତ ଆଦାୟ କରିବାକୁ ଆଉ ୫ଦିନ ରିମାଣ୍ଡ ସହିତ ପଲିଗ୍ରାଫ ଓ ନାର୍କୋ ଟେଷ୍ଟ କରିବାକୁ ଝାରସୁଗୁଡ଼ା ଜେଏମଏଫସି କୋର୍ଟ ଅନୁମତି ଦେଇଛନ୍ତି।

Related Articles

Leave a Reply

Your email address will not be published.

Back to top button