ରେପୋ ରେଟ୍ ବଢିଲା

ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ କର୍ତ୍ତୃପକ୍ଷ ବୁଧବାର ରେପୋ ରେଟ୍ ୨୫ ବିପିଏସ୍ (ବେସିସ୍ ପଏଣ୍ଟ) ବୃଦ୍ଧି କରିଛନ୍ତି । ଏହାଫଳରେ ସୁଧହାର ବଢିବ ବୋଲି ଜଣାପଡିଛି । ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବାକୁ ରେପୋ ରେଟ୍ ବୃଦ୍ଧି କରାଯାଇଥିବା ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି । ତେବେ ରେପୋ ରେଟ୍ ବୃଦ୍ଧି ପ୍ରସଙ୍ଗ ନେଇ ରିଜର୍ଭ ବ୍ୟାଙ୍କ ମନିଟାରୀ ପଲିସୀ କମିଟି ସଦସ୍ୟଙ୍କ ମଧ୍ୟରେ ମତପାର୍ଥକ୍ୟ ଦେଖାଦେଇଥିଲା । କମିଟିର ୬ ଜଣିଆ ସଦସ୍ୟଙ୍କ ମଧ୍ୟରୁ ୪ ଜଣ ସୁଧହାର ବୃଦ୍ଧି ସପକ୍ଷରେ ମତ ଦେଇଥିବାବେଳେ ଅସୀମା ଗୋୟଲ ଓ ଜୟନ୍ତ ବର୍ମା ଏହାକୁ ବିରୋଧ କରିଥିଲେ । ଏଥରକୁ ମିଶାଇ ୨୦୨୨ ମେ’ ପରଠାରୁ ରେପୋ ରେଟ୍ ମୋଟ ୨୫୦ ବିପିଏସ୍ ବୃଦ୍ଧି ପାଇସାରିଲାଣି ।

Related Articles

Leave a Reply

Your email address will not be published.

Back to top button