ସୁନ୍ଦରୀ କରିବ ଖଜୁରୀ

ଡ଼୍ରାଏ ଫ୍ରୁଟ୍ସ ପରିବାରରେ ଖଜୁରିକୁ ବି ସାମିଲ କରାଯାଇଛି ।  ପୋଷକତତ୍ୱ ଭରି ରହିଥିବା  ଖଜୁରି ଖାଇଲେ ଶରୀରକୁ ଶକ୍ତି ମିଳେ ବୋଲି ବିଶେଷଜ୍ଞ ଖାଇବାକୁ ପରାମର୍ଶ ଦିଅନ୍ତି ।  ଭିଟାମିନ୍ ଏ , ବି ,ମ୍ୟାଗ୍ନେସିୟମ୍ , ପୋଟାସିୟମ୍ , ଲୈାହ , ଆଦି ତତ୍ୱ  ଖଜୁରିରେ ଥିବା ବେଳେ ତ୍ୱଚାରେ ଚମକ ଆଣିବାରେ  ଏଇ ତତ୍ୱ ସବୁ ଚମକ୍ରାର ଭାବେ କାମ କରେ ।ଖଜୁରୀରେ ଥିବା ଭିଟାମିନ ଡ଼ି,ସି କାରଣରୁ ପ୍ରତିଦିନ ଖାଇଲେ ତ୍ୱଚାରେ ଭାଙ୍ଗ ପଡେ଼ନି । ଆଂଟିଅକ୍ସିଡ଼ାଂଟ ମହଜୁଦ ଥିବାରୁ ତାକୁ ଖାଇଲେ ସୂର୍ଯ୍ୟଙ୍କ ହାନିକାରକ ରଶ୍ମି ବି ତ୍ୱଚାକୁ କୈାଣସି କ୍ଷତି ପହଂଚାଇପାରେନି  ।  ସ୍ୱାଦିଷ୍ଟ ଖଜୁରି କୋଳି ଏତେଟା ମହଙ୍ଗା ମଧ୍ୟ ନୁହେଁ । କେତେ ଜଣ ଖଜୁରୀକୁ ଖୀରରେ ଗରମ କରି ପିଅନ୍ତି ।ଏହାଏକ ଶକ୍ତିବର୍ଦ୍ଧକ ପାନୀୟ ଭାବେ କାମ କରେ ।ବଜାରରେ ଏବେ ଖଜୁରି ଲଡ଼ୁ ମଧ୍ୟ ମିଳିଲାଣି । ଘରେ ମଧ୍ୟ ଏହି ଲଡ଼ୁ ଅତି ସହଜରେ ତିଆରି କରିପାରିବେ । ଖଜୁରି ଲଡ଼ୁ ଖାଇଲେ ଓଜନ ଶୀଘ୍ର କମ୍ ହୋଇଥାଏ ।

Related Articles

Leave a Reply

Your email address will not be published.

Back to top button