ନବ ଦାସ ହତ୍ୟା ତଦନ୍ତ ପାଇଁ ଅଧିକ ସମୟ ଲାଗିବ:ପୋଲିସ ଡିଜି

ଭୁବନେଶ୍ୱର:   ନବ ଦାସ ହତ୍ୟାକାଣ୍ଡ ତଦନ୍ତ ନେଇ ପୋଲିସ ଡିଜି ସୂଚନା ଦେଇଛନ୍ତି । ସେ କହିଛନ୍ତି ସବୁ ଦିଗରୁ ଘଟଣାର ତର୍ଜମା କରାଯାଉଛି । ତଦନ୍ତ ପାଇଁ ଆହୁରି ଅଧିକ ସମୟ ଲାଗିବ । ଅଭିଯୁକ୍ତକୁ କ୍ରାଇମବ୍ରାଞ୍ଚ ଅଧିକ ଦିନ ରିମାଣ୍ଡରେ ନେବ । ଆଜି ସକାଳେ ପୁଲିସ ଡିଜି ବରିଷ୍ଠ ଅଧିକାରୀମାନଙ୍କ ସହ ଘଟଣାସ୍ଥଳରେ ଅନୁଧ୍ୟାନ କରିଥିଲେ । ହତ୍ୟାକାଣ୍ଡର ବିଭିନ୍ନ ଦିଗକୁ ନେଇ ତଦନ୍ତକାରୀ ଟିମ୍ ସହ ଆଲୋଚନା କରିଛନ୍ତି । ପୁଲିସ ଡିଜି ଘଟଣାସ୍ଥଳକୁ କାହିଁକି ଯାଇ ନାହାଁନ୍ତି ତାକୁ ନେଇ ପ୍ରଶ୍ନ ଉଠାଇଥିଲେ ବିରୋଧୀ । ସେହିପରି କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କ ଉପସ୍ଥିତିରେ ବ୍ରଜରାଜନଗର ଗାନ୍ଧୀ ଛକରେ ଯେଉଁଠି ନବ ଦାସଙ୍କ ହତ୍ୟା ହୋଇଥିଲା, ସେହି ସ୍ଥାନରେ ମାମଲାର ଅନୁଧ୍ୟାନ କରିଛନ୍ତି । ତଦନ୍ତର ବିଭିନ୍ନ ଦିଗରୁ ତର୍ଜମା କରିଛନ୍ତି ଜଷ୍ଟିସ୍ ଜେପି ଦାସ । ଅନୁଧ୍ୟାନ କରିବା ପରେ କହିଛନ୍ତି ତଦନ୍ତ ଠିକ୍ ବାଟରେ ଚାଲିଛି । ଜଷ୍ଟିସ୍ ଜେପି ଦାସ କ୍ରାଇମବ୍ରାଞ୍ଚ ତଦନ୍ତର ତଦାରଖ କରୁଛନ୍ତି । କିନ୍ତୁ ଜେପି ଦାସଙ୍କ ନିଯୁକ୍ତିକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି । ଜେପି ଦାସଙ୍କ ନିଯୁକ୍ତିକୁ ବେଆଇନ ବୋଲି ଅଭିଯୋଗ କରି ଗତକାଲି ବିଜେପି ନେତା ପ୍ରେସମିଟ୍ କରିଥିଲେ । ରାଜ୍ୟ ସରକାର ନିଜ ପାପ ଲୁଚାଇବାକୁ ଏଭଳି କରିଥିବା ଅଭିଯୋଗ କରିଛନ୍ତି ବିଜେପି ନେତା ।

Related Articles

Leave a Reply

Your email address will not be published.

Back to top button