ରାମ ଦେବଙ୍କ ବିରୋଧରେ ମାମଲା

ଜୟପୁର : ଯୋଗଗୁରୁ ରାମଦେବଙ୍କ ବିରୋଧରେ ମାମଲା ରୁଜୁ କରିଛି ରାଜସ୍ଥାନ ପୋଲିସ୍ । ମୁସଲମାନ ମାନେ ଆତଙ୍କବାଦୀ କାର୍ଯ୍ୟ କରିବା ସହ ହିନ୍ଦୁ ମହିଳାଙ୍କୁ ଅପହରଣ କରୁଥିବା ନେଇ ରାମଦେବ ମନ୍ତବ୍ୟ ଦେଇଥିଲେ । ଏଥି ପାଇଁ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଗତ ସପ୍ତାହରେ ରାଜସ୍ଥାନ ବାରମେର ଜିଲ୍ଲାରେ ସାଧୁସନ୍ଥଙ୍କ ସମାବେଶରେ ସେ ଏପରି କହିଥିଲେ । ରାମଦେବଙ୍କ ମନ୍ତବ୍ୟକୁ ବିରୋଧ କରି ସ୍ଥାନୀୟ ଜଣେ ବାସିନ୍ଦା ଅଭିଯୋଗ କରିବା ପରେ ଆଇପିସି ଧାରା ୧୫୩ ଏ, ୨୯୫ ଏ , ୨୯୮ ରେ ମାମଲା ରୁଜୁ ହୋଇଛି । ରାମଦେବଙ୍କ ମନ୍ତବ୍ୟର ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଛି ।

Related Articles

Leave a Reply

Your email address will not be published.

Back to top button