ଶ୍ରୀଲିଙ୍ଗରାଜ ଦର୍ଶନ କରିବେ ରାଷ୍ଟ୍ରପତି, ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା

ଭୁବନେଶ୍ବର : ରାଷ୍ଟ୍ରପତିଙ୍କ ଦୁଇଦିନିଆ ଓଡ଼ିଶା ଗସ୍ତ କାର୍ୟ୍ୟକ୍ରମକୁ ନେଇ କମିସନରେଟ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହୋଇଛି। ରାଷ୍ଟ୍ରପତିଙ୍କ ଯାତାୟାତ ପାଇଁ ପ୍ରାୟ ୫ପ୍ଲାଟୁନ ଫୋର୍ସ ବିଭିନ୍ନ ଜାଗାରେ ମୁତୟନ କରିବା ନେଇ ଟ୍ରାଫିକ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି କମିସନରେଟ ପୁଲିସ ପକ୍ଷରୁ ରାଷ୍ଟ୍ରପତିଙ୍କ ଗସ୍ତ କାର୍ୟ୍ୟକ୍ରମରେ ୫ପ୍ଲାଟୁନ ଫୋର୍ସ ସହିତ ବହୁ ବରିଷ୍ଠ ଅଧିକାରୀ ନିୟୋଜିତ ହେବେ ବୋଲି ଜଣେ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ସକାଳ ୯ଟା ୫ମିନିଟ୍‌ରେ ରାଜଭବନରୁ ବାହାରି ଶ୍ରୀଲିଙ୍ଗରାଜ ମନ୍ଦିର ଅଭିମୁଖେ ଯିବେ। ମାଉସୀମା ଛକରୁ ରାଷ୍ଟ୍ରପତିଙ୍କ ଯାନ ରଥରୋଡ ଦେଇ ଶ୍ରୀଲିଙ୍ଗରାଜ ସିଂହଦ୍ବାର ପର୍ୟ୍ୟନ୍ତ ଯିବ। ସକାଳ ୯ଟା୧୫ମିନିଟ୍‌ରେ ସେ ଶ୍ରୀଲିଙ୍ଗରାଜ ମନ୍ଦିରରେ ପହଞ୍ଚିବେ। ସେଠାରେ ଅଧଘଣ୍ଟା ଦିଅଁଦର୍ଶନ କାର୍ୟ୍ୟକ୍ରମ ରହିଛି। ମନ୍ଦିରରୁ ୯ଟା ୪୫ମିନିଟ୍‌ରେ ବାହାରି ରଥରୋଡ ଦେଇ ବିମାନ ବନ୍ଦର ଅଭିମୁଖେ ଯିବାର କାର୍ୟ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ମନ୍ଦିର ଭିତରେ କେଉଁମାନେ ରହିବେ, ତାହାର ତାଲିକା ଶ୍ରୀଲିଙ୍ଗରାଜ ଥାନା ପକ୍ଷରୁ ମନ୍ଦିର ପ୍ରଶାସନକୁ ମଗାଯାଇଛି।

Related Articles

Leave a Reply

Your email address will not be published.

Back to top button