ପୁଣି ଜଣେ ରାଜନେତାଙ୍କୁ ହତ୍ୟା; ବିଜେପି ଅଧ୍ୟକ୍ଷଙ୍କୁ ମାରିଦେଲେ ମାଓବାଦୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ମାଓବାଦୀମାନେ ରବିବାର ପୁଣି ହିଂସାକାଣ୍ଡ ଘଟାଇଛନ୍ତି। ମାଓବାଦୀମାନେ ବିଜାପୁରର ଉସୁର ଥାନା ଅନ୍ତର୍ଗତ ଆଭାପାଲ୍ଲୀ ଅଞ୍ଚଳର ଜଣେ ବିଜେପି ନେତାଙ୍କୁ ହତ୍ୟା କରିଛନ୍ତି। ଆଭାପାଲ୍ଲୀ ପୋଲିସ ଷ୍ଟେସନ ଅଧିନସ୍ଥ ପଙ୍କାରାମ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ ନୀଲକାନ୍ତ କାକେମ। ଦୀର୍ଘ ୧୫ ବର୍ଷ ଧରି ଉସୁର ମଣ୍ଡଳର ବିଜେପି ଅଧ୍ୟକ୍ଷ ଭାବେ ଦାୟିତ୍ୱରେ ଥିଲେ ନୀଲକାନ୍ତ କାକେମ। ନୀଲକାନ୍ତ ତାଙ୍କ ଶାଳିଙ୍କ ବିବାହ ପ୍ରସ୍ତୁତି ପାଇଁ ନିଜ ପରିବାର ବର୍ଗଙ୍କ ସହିତ ପଙ୍କାରମ ଗାଁକୁ ଯାଇଥିଲେ। ସେଠାରେ ମାଓବାଦୀମାନେ ପହଞ୍ଚି ଯାଇଥିଲେ। କିଛି ବୁଝିବା ଆଗରୁ ମାଓବାଦୀମାନେ ଛୁରୀ ଓ କୁରାଢିରେ ତାଙ୍କୁ ଆକ୍ରମଣ କରିଥିଲେ। ପରିବାର ଏହା ‌ଜାଣିପାରି ପ୍ରତିବାଦ କରିଥିଲେ ବି କିଛି ଶୁଣିନଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାକୁ ଦେଖିବା ପରେ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

Related Articles

Leave a Reply

Your email address will not be published.

Back to top button