ଡୋପ୍‌ ଟେଷ୍ଟରେ ଦୀପା କର୍ମକାର ଫେଲ୍‌

ନୂଆଦିଲ୍ଲୀ: ଭାରତର ଷ୍ଟାର ମହିଳା ଜିମ୍ନାଷ୍ଟିକ୍ ଦୀପା କର୍ମକାର ଡୋପ୍ ଟେଷ୍ଟରେ ଫେଲ୍ ମାରିଛନ୍ତି। ଦୀପାଙ୍କୁ ୨୧ ମାସ ପାଇଁ ବ୍ୟାନ୍ କରାଯାଇଛି। ପାଖାପାଖି ଦୁଇ ବର୍ଷ ଯାଏଁ ସେ କୌଣସି ପ୍ରତିଯୋଗିତାରେ ଭାଗ ନେଇପାରିବେ ନାହିଁ। । ଇଣ୍ଟରନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଆଇଟିଏ) କହିଛି, ଦୀପା ହାଇଜେନାମାଇନ ଡ୍ରଗ୍ସ ସେବନ କରିଥିଲେ। ଏହାର ଟେଷ୍ଟିଂ ରିପୋର୍ଟ ପଜିଟିଭ୍ ଆସିଛି। ରିଓ ଅଲିମ୍ପିକରେ ଇତିହାସ ରଚିଥିବା ଦୀପାଙ୍କ ଉପରେ ଏହି କଟକଣା ୧୦ ଜୁଲାଇ ୨୦୨୩ ପର‌୍ୟ୍ୟନ୍ତ ଲାଗୁ ରହିବ। ରିଓ ଅଲିମ୍ପିକ ୨୦୧୬ ରେ ଚତୁର୍ଥ ସ୍ଥାନରେ ରହିଥିବା ଦୀପାଙ୍କୁ ହାଇଜେନାମାଇନ୍ ଡ୍ରଗ୍ସ ବ୍ୟବହାର କରିବାରେ ଦୋଷୀ ସାବ୍ୟସ୍ତ କରାଯାଇଛି। ଇଣ୍ଟରନ୍ୟାସନାଲ ଡୋପିଂ ଏଜେନ୍ସି ହାଇଜୋମିନ୍ ଏସ୍‌-୩ ବେଟା-୨କୁ  ନିଷିଧ ଔଷଧ ଶ୍ରେଣୀରେ ରଖିଛି। ଏହି ପଦାର୍ଥକୁ ୨୦୨୧ ପରେ ବ୍ୟାନ୍ କରିଦିଆଯାଇଥିଲା। ଗୋଲ୍ଡେନ୍ ଗାର୍ଲ ନାମରେ ପ୍ରସିଦ୍ଧ ଦୀପା ଅଲିମ୍ପିକରେ ଭାଗ ନେଉଥିବା ପ୍ରଥମ ଭାରତୀୟ ଜିମ୍ନାଷ୍ଟିକ୍ ଥିଲେ। ରିଓ ଅଲିମ୍ପିକରେ ଦୀପାଙ୍କ ସାମନା ଦୁନିଆର ଟପ୍ ଆଥଲେଟ୍ ଆମେରିକାର ସିମୋନ୍ ବାଇଲସ୍‌, ମୋରିୟା ପାସେକା ଓ ଗୁଇଲିଆ ଷ୍ଟେଇଂଗ୍ରବରଙ୍କ ଭଳି ପ୍ରସିଦ୍ଧ ଆଥଲେଟ୍‌ଙ୍କ ସହିତ ହୋଇଥିଲା। ଦୀପା ରିଓ ଅଲିମ୍ପିକରେ ପ୍ରୋଦୋନୋଭା ଓ୍ବାଲ୍ଟ ପ୍ରତିଯୋଗିତାରେ ଖୁବ୍ ସୁନ୍ଦର ପ୍ରଦର୍ଶନ କରିଥିଲେ। ପୂର୍ବରୁ ଦୀପା ଓ୍ୱାର୍ଲ୍ଡ ଆଣ୍ଟି ଡୋପିଂ ଏଜେନ୍ସି ତଥା ବାଡାର ଗାଇଡ୍‌ଲାଇନ୍‌କୁ ଉଲ୍ଲଙ୍ଘନ କରିଥିବା ନେଇ ସୂଚନା ମିଳିଥିଲା। କିନ୍ତୁ ପରେ ସେ ଡୋପିଂ ଟେଷ୍ଟରେ ଧରାପଡିଥିବା ଜଣାପଡିଛନ୍ତି।

Related Articles

Leave a Reply

Your email address will not be published.

Back to top button