ପୁଣି ମୋଦି ଏକ ନମ୍ବର

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ବିଶ୍ୱର ସର୍ବାଧିକ ଲୋକପ୍ରିୟ ନେତା ତାଲିକାରେ ଶୀର୍ଷରେ ରହିଛନ୍ତି । ଆମେରିକୀୟ କମ୍ପାନୀ ମର୍ଣ୍ଣିଂ କନସଲ୍ଟ ସର୍ଭେ ରିପୋର୍ଟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲୋକପ୍ରିୟତା ରେଟିଂ ୭୮ ପ୍ରତିଶତ ଦର୍ଶାଯାଇଛି । ଯାହାକି ବିଶ୍ୱନେତାଙ୍କ କ୍ଷେତ୍ରରେ ସର୍ବାଧିକ । ପ୍ରଧାନମନ୍ତ୍ରୀ ମୋଦି ଲୋକପ୍ରିୟତା ରେଟିଂରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଓ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ସମେତ ୧୬ଜଣ ରାଷ୍ଟ୍ରନେତାଙ୍କୁ ପଛରେ ପକାଇଦେଇଛନ୍ତି । ବିଶ୍ୱବ୍ୟାପୀ ବରିଷ୍ଠ ନାଗରିକମାନେ ମଧ୍ୟ ମୋଦିଙ୍କୁ ବିଶ୍ୱ ନେତାଭାବେ ସର୍ବାଧିକ ପସନ୍ଦ କରିଛନ୍ତି । ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ମେକ୍ସିକୋ ରାଷ୍ଟ୍ରପତି ଏଣ୍ଡ୍ରେସ୍‌ ମେନୁଅଲ୍‌ ଲୋପେଜ୍‌ ଓବ୍‌ରୋଡୋର । ତାଙ୍କୁ ୬୮ପ୍ରତିଶତ ଲୋକପ୍ରିୟତା ରେଟିଂ ମିଳିଛି । ତୃତୀୟ ସ୍ଥାନରେ ସ୍ୱିଜରଲାଣ୍ଡ ରାଷ୍ଟ୍ରପତି ଆଲୋନ ବେରସେଟ୍‌ (୬୨%) ଅଛନ୍ତି । ତାଲିକାରେ ଆମେରିକା ରାଷ୍ଟ୍ରପତି ବାଇଡେନ ୪୦ ପ୍ରତିଶତ ରେଟିଂ ସହିତ ସପ୍ତମ ସ୍ଥାନରେ ଥିବା ବେଳେ ବ୍ରିଟେନ ପ୍ରଧାନମନ୍ତ୍ରୀ ସୁନକ ୩୦ପ୍ରତିଶତ ରେଟିଂ ସହ ତ୍ରୟୋଦଶ ସ୍ଥାନରେ ଅଛନ୍ତି । ଅଷ୍ଟ୍ରେଲିଆ ପ୍ରଧନାମନ୍ତ୍ରୀ ଏନ୍ଥନି ଅଲ୍ୱାଜିନ୍‌ ୫୮ ପ୍ରତିଶତ ରେଟିଂ ସହିତ ଚତୁର୍ଥ ସ୍ଥାନରେ ଥିବା ବେଳେ ବ୍ରାଜିଲ ରାଷ୍ଟ୍ରପତି ୫୦ପ୍ରତିଶତ ରେଟିଂ ସହ ୫ମ ସ୍ଥାନରେ ଅଛନ୍ତି ।

Related Articles

Leave a Reply

Your email address will not be published.

Back to top button