ନାରାୟଣ ରାଣେଙ୍କୁ ସଞ୍ଜୟ ରାଉତଙ୍କ ମାନହାନି ନୋଟିସ୍‌

ମୁମ୍ବାଇ: ଶିବସେନା ସାଂସଦ ସଞ୍ଜୟ ରାଉତ ବିଜେପି ନେତା ଏବଂ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କୁ ଆଇନଗତ ନୋଟିସ୍ ପଠାଇଛନ୍ତି । ରାଣେଙ୍କ ବିରୋଧରେ ମାନହାନି ଅଭିଯୋଗ ଆଣି ରାଉତ କହିଛନ୍ତି, ଜାନୁଆରୀ ୧୫ରେ ଭାଣ୍ଡୁପ୍‌ରେ ଏକ କାର୍ଯ୍ୟକ୍ରମରେ ରାଣେ ତାଙ୍କ ବିରୋଧରେ ଅପମାନଜନକ, ଦୁର୍ଭାବନାପୂର୍ଣ୍ଣ ଏବଂ ମିଥ୍ୟା କଥା କହିଥିଲେ । ସୋସିଆଲ୍ ମିଡିଆରେ ସଞ୍ଜୟ ରାଉତ ଲେଖିଛନ୍ତି, ବିଜେପି ନେତା ତାଙ୍କ ବିରୋଧରେ ଭିତ୍ତିହୀନ ଅଭିଯୋଗ କରିଛନ୍ତି । ସେ ଅଭିଯୋଗ ପ୍ରମାଣ କରନ୍ତୁ ନଚେତ୍ କ୍ଷମାପ୍ରାର୍ଥନା ମାଗନ୍ତୁ । ମୁଁ ନିଜ ଓକିଲଙ୍କ ମାଧ୍ୟମରେ ଅଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ନୋଟିସ୍ ଜାରି କରିଛି । ମିଡିଆ ରିପୋର୍ଟ୍ସ ଅନୁସାରେ ୧୫ ତାରିଖରେ ଏକ କାର୍ଯ୍ୟକ୍ରମରେ ରାଣେ କହିଥିଲେ ଯେ ବାଲାସାହେବ ଠାକ୍‌ରେଙ୍କ ଅନୁରୋଧକ୍ରମେ ସଞ୍ଜୟ ରାଉତଙ୍କୁ ରାଜ୍ୟସଭା ସାଂସଦ କରିଥିଲି । ସେତେବେ ସଞ୍ଜୟଙ୍କ ନାମ ଭୋଟର ତାଲିକାରେ ନଥିଲା ।

Related Articles

Leave a Reply

Your email address will not be published.

Back to top button