୩ ଲକ୍ଷ ବାର୍ଷିକ ଆୟ ପାଇଁ ଆୟକର ଶୂନ

ନୂଆଦିଲ୍ଲୀ: ସବୁ କଳ୍ପନାଜଳ୍ପନାର ଅନ୍ତଃ ଘଟିଛି । ବୁଧବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ସଂସଦରେ ଦିନ ୧୧ଟା ବେଳେ ବଜେଟ ଉପସ୍ଥାପନ କରିଛନ୍ତି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହା ମୋଦୀ ସରକାରଙ୍କ ଶେଷ ତଥା ପୂର୍ଣ୍ଣାଙ୍ଗ ବଜେଟ ।  ତେବେ ଚଳିତ ବଜେଟରେ  ବଜେଟରେ ଆୟକର ସ୍ଲାବ ସୀମା ୫ଲକ୍ଷରୁ ୭ ଲକ୍ଷକୁ ବୃଦ୍ଧି କରାଯାଇଛି ।  ଅର୍ଥମନ୍ତ୍ରୀ ନୂଆ ଆୟକର ସ୍ଲାବ ପ୍ଲାନକୁ ମଧ୍ୟ ଘୋଷଣା କରିଛନ୍ତି ।  ୩ ଲକ୍ଷ ପର୍ଯ୍ୟନ୍ତ ବାର୍ଷିକ ଆୟ ପାଇଁ ଆୟକର ଶୂନ ।  ୩ରୁ ୬ ଲକ୍ଷ ଆୟ ପାଇଁ ଆୟକର ୫ ପ୍ରତିଶତ ।  ୬ରୁ ୯ ଲକ୍ଷ ଆୟ ପାଇଁ ଆୟକର ୧୦ ପ୍ରତିଶତ ।  ୯ରୁ ୧୨ ଲକ୍ଷ ପାଇଁ ଆୟକର ୧୫ ପ୍ରତିଶତ ।  ୧୨ରୁ ୧୫ ଲକ୍ଷ ଆୟ ପାଇଁ ଆୟକର ୨୦ ପ୍ରତିଶତ ।  ୧୫ ଲକ୍ଷରୁ ଅଧିକ ଆୟ ପାଇଁ ଆୟକର ୩୦ ପ୍ରତିଶତ ।

Related Articles

Leave a Reply

Your email address will not be published.

Back to top button