ବଦଳିଲେ ଝାରସୁଗୁଡ଼ା ଏସ୍‌ପି, ବ୍ରଜରାଜନଗର ଏସ୍‌ଡିପିଓ

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ଘଟଣାକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିବାବେଳେ ରାଜ୍ୟ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଝାରସୁଗୁଡ଼ା ଏସ୍‌ପି ରାହୁଲ ଜୈନ୍ ଓ ବ୍ରଜରାଜନଗର ଏସ୍‌ଡିପିଓ ଗୁପ୍ତେଶ୍ୱର ଭୋଇଙ୍କୁ ହଟାଇ ଦିଆଯାଇଛି । ଉଭୟେ ରାଜ୍ୟ ପୁଲିସ୍ ମୁଖ୍ୟାଳୟକୁ ବଦଳି ହୋଇଛନ୍ତି । ମଙ୍ଗଳବାର ସନ୍ଧ୍ୟାରେ ରାଜ୍ୟ ଗୃହ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଝାରସୁଗୁଡ଼ା ଏସ୍‌ପିଙ୍କ ସ୍ଥାନରେ ବରଗଡ଼ ଏସ୍‌ପି ପରମାର୍ ସ୍ମିତ୍ ପର୍ସୋତ୍ତମ ଦାସଙ୍କୁ ଦାୟିତ୍ୱ ମିଳିଛି । ସେହିପର ବ୍ରଜରାଜନଗର ଏସ୍‌ଡିପିଓ ଗୁପ୍ତେଶ୍ୱର ଭୋଇଙ୍କୁ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ଆଠମଲ୍ଲିକ ଏସ୍‌ଡିପିଓ ଚିନ୍ତାମଣି ପ୍ରଧାନଙ୍କୁ ଅବସ୍ଥାପିତ କରାଯାଇଛି । ଅନ୍ୟପକ୍ଷରେ ଆଉ କିଛି ଆଇପିଏସ୍ ବଦଳିଛନ୍ତି । ବରଗଡ଼ ଏସ୍‌ପି ପରମାର୍ ସ୍ମିତ୍ ପର୍ସୋତ୍ତମ ଦାସଙ୍କ ସ୍ଥାନରେ ବୌଦ୍ଧ ଏସ୍‌ପି ପ୍ରହଲ୍ଲାଦ ସହାଇ ମୀନାଙ୍କୁ ଅବସ୍ଥାପିତ କରାଯାଇଛି । ସେହିପରି ରାୟଗଡ଼ାର ଅତିରିକ୍ତ ଏସ୍‌ପି ରାଜ୍ ପ୍ରସାଦଙ୍କୁ ବୌଦ୍ଧ ଏସ୍‌ପି ଭାବେ ବଦଳି କରାଯାଇଛି ।

Related Articles

Leave a Reply

Your email address will not be published.

Back to top button