ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଟ୍ରମ୍ପ୍‌ଙ୍କ ପ୍ରଚାର

ୱାଶିଂଟନ୍‌: ଆଗାମୀ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଦ୍ୱିତୀୟ ଥର ପାଇଁ ଅବତୀର୍ଣ୍ଣ ହୋଇଛନ୍ତି । ଏଥିପାଇଁ ସେ ପ୍ରଚାର ଆରମ୍ଭ କରିଛନ୍ତି । ୨୦୨୪ ନିର୍ବାଚନରେ ସର୍ବପ୍ରଥମେ ଭୋଟିଂ ହେବାକୁ ଥିବା ସ୍ଥାନ ଗସ୍ତ୍ରକରି ପ୍ରଚାର ଆରମ୍ଭ କରିଛନ୍ତି । ଏହା ମଧ୍ୟରେ ନ୍ୟୁ-ହାମ୍ପସାୟାର୍ ଓ କାରୋଲିନା ସାମିଲ । ନ୍ୟୁୟର୍କ ଟାଇମ୍ସ ଅନୁସାରେ ଚଳିତ ଥର ଟ୍ରମ୍ପ୍‌ଙ୍କ ପ୍ରଚାର ଏବେ ଭବ୍ୟ ହୋଇନାହିଁ । ସେ ପାର୍ଟିର ଲୋକମାନଙ୍କ ସହିତ ଛୋଟ ଛୋଟ ବୈଠକ କରୁଛନ୍ତି । ତେବେ ତାଙ୍କ ଭାଷଣ ଶୈଳୀ ଏବଂ ପ୍ରତିଶ୍ରୁତିରେ ବେଶୀ ଫରକ୍ ପଡ଼ିନାହିଁ । ନ୍ୟୁ-ହାମ୍ପସାୟାର୍‌ରେ ଟମ୍ପ୍ ଇଲେକ୍ଟ୍ରିକ୍ ବାହନ ବ୍ୟବହାର କରୁଥିବା ଲୋକଙ୍କୁ ପରିହାସ କରିଛନ୍ତି । ଏହା ସହିତ ଟ୍ରାନ୍ସଜେଣ୍ଡର୍ ଲୋକଙ୍କ ସମ୍ପର୍କରେ ଅଭଦ୍ର କମଣ୍ଟେ ମଧ୍ୟ କରିଛନ୍ତି । କ୍ଷମତାକୁ ଆସିଲେ ଟ୍ରାନ୍ସଜେଣ୍ଡର୍‌ଙ୍କୁ ମହିଳାଙ୍କ କ୍ରୀଡ଼ାରେ ଭାଗନେବାକୁ ଦେବେ ନାହିଁ ବୋଲି ସେ କହିଛନ୍ତି।

Related Articles

Leave a Reply

Your email address will not be published.

Back to top button