ମହାରାଷ୍ଟ୍ରରେ ପଠାନ୍ ଫିଲ୍ମକୁ ପ୍ରବଳ ବିରୋଧ

ମୁମ୍ବାଇ: ଶାହରୁଖ ଖାନ୍ ଓ ଦୀପିକା ପଦ୍ୟୁକୋନ୍ ଅଭିନୀତ ‘ପଠାନ୍‌’ ଚଳଚ୍ଚିତ୍ରକୁ ମହାରାଷ୍ଟ୍ରରେ ପ୍ରବଳ ବିରୋଧ କରାଯାଇଛି । ଭ୍ୟାଏଣ୍ଡର ଜିଲ୍ଲାର ଏକ ହଲ୍‌ରେ ଏହି ଚଳଚ୍ଚିତ୍ର ପ୍ରଦର୍ଶିତ ହେଉଥିବାବେଳେ ରବିବାର ନିର୍ଦ୍ଦିଷ୍ଟ ଗୋଷ୍ଠୀର କିଛି ଲୋକ ହଲ୍‌ରେ ପହଞ୍ଚି ବ୍ୟାପକ ଭଙ୍ଗାରୁଜା କରିଥିବା ଜଣାପଡିଛି । ସେମାନେ ଶାହରୁଖ ଓ ଦୀପିକାଙ୍କ ବିରୋଧରେ ସ୍ଲୋଗାନ ମଧ୍ୟ ଦେଇଥିଲେ । ପୁଲିସ ଏହି ଘଟଣାରେ ୯ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି । ସୂଚନାଯୋଗ୍ୟ ଏହି ଫିଲ୍ମର ଏକ ଗୀତରେ ଦୀପିକାଙ୍କ କଷ୍ଟ୍ୟୁମ୍‌କୁ ନେଇ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

Related Articles

Leave a Reply

Your email address will not be published.

Back to top button