ନିରଞ୍ଜନ ପୂଜାରୀ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ନବ ଦାସଙ୍କ ଦେହାନ୍ତ ପରେ  ନିରଞ୍ଜନ ପୂଜାରୀ ହେଲେ ନୂଆ ସ୍ୱାସ୍ଥ୍ୟମନ୍ତ୍ରୀ । ରାଜ୍ୟପାଳଙ୍କ ସୁପାରିଶ ପରେ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏବେ ଅର୍ଥମନ୍ତ୍ରୀ ସହ ସ୍ୱାସ୍ଥ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇବେ ନିରଞ୍ଜନ । ଗତକାଲି ପୋଲିସ ଏଏସଆଇଙ୍କ ଗୁଳିମାଡରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କର ଦେହାନ୍ତ ହୋଇଥିଲା । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପରଲୋକରେ ସମସ୍ତେ ଆବାକ୍, ସମସ୍ତେ ସ୍ତବ୍ଧ । ହଠାତ୍ ଏମିତି ଅଘଟଣ ହୋଇଯିବ ତାହା କେହି କେବେ କଳ୍ପନା ମଧ୍ୟ କରିନଥିଲେ । ପୂରା ଓଡ଼ିଶା ଏହି ଘଟଣାକୁ ନେଇ ସ୍ତବ୍ଧ ହୋଇଯାଇଥିବା ବେଳେ ନବଙ୍କ ପରିବାର ଆଖିରୁ ଲୁହ ଶୁଖୁନି, କୋହ କମୁନି । କାନ୍ଦବୋବାଳିରେ ଫାଟି ପଡୁଛି ପୂରା ପରିବେଶ । ଆଜି ତାଙ୍କ ଶେଷକୃତ୍ୟ ସମ୍ପନ୍ନ ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ତିନି ଜଣ ମନ୍ତ୍ରୀ ଉପସ୍ଥିତ ରହିବେ । ସେମାନେ ହେଲେ ନିରଞ୍ଜନ ପୂଜାରୀ, ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ଟୁକୁନି ସାହୁ । ଆପୋଲୋ ହସ୍ପିଟାଲ୍‌ରେ ପରଲୋକ ହେଲା ପରେ ତାଙ୍କ ମରଶରୀରର ପୋଷ୍ଟମର୍ଟମ୍‌ ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ଅଣାଯାଇଥିଲା । ସେଠାରେ କ୍ରାଇମ୍‌ବ୍ରାଞ୍ଚ୍ର ଏକ ଟିମ୍‌ ପହଞ୍ଚି ଆବଶ୍ୟକ ତଦନ୍ତ କରିଥିଲା । ଏହା ପରେ ମରଶରୀରକୁ ବିଧାନସଭା ପରିସରକୁ ନିଆଯାଇଥିଲା । ସେଠାରେ ବାଚସ୍ପତିଙ୍କ ସମେତ ବହୁ ବିଧାୟକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ବିଳମ୍ବିତ ରାତିରେ ମରଶରୀରକୁ ତାଙ୍କ ସରକାରୀ ବାସଭବନରେ ରଖାଯାଇଥିଲା । ସେଠାରେ ରାତିତମାମ ବହୁ ଶୁଭେଚ୍ଛୁ, ସମର୍ଥକ ପହଞ୍ଚି ଶେଷ ଦର୍ଶନ କରିଥିଲେ । ଆଜି ସକାଳୁ ମଧ୍ୟ ଦଳୀୟ କାର୍ୟ୍ୟାଳୟରେ ନେତା ଓ କର୍ମୀ ଶେଷ ଦର୍ଶନ କରିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button