ବଜାରରେ ଉପଲବ୍ଧ ନାଜାଲ ଭ୍ୟାକ୍ସିନ
ନୂଆଦିଲ୍ଲୀ : ହାଇଦ୍ରାବାଦ ଭିତ୍ତିକ ଭାରତ ବାୟୋଟେକ୍ ପକ୍ଷରୁ ଗୁରୁବାର ଦେଶରେ ପ୍ରଥମ ନାଜାଲ କୋଭିଡ ଟିକା ‘ଇନକୋଭାକ୍’କୁ ବଜାରରେ ଉପଲବ୍ଧ କରାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଜିତେନ୍ଦ୍ର ସିଂହ ଏହି ଟିକାର ଶୁଭାରମ୍ଭ କରିଛନ୍ତି । ଏହାକୁ କୋଭିଡ୍ ବୁଷ୍ଟର ଡୋଜ୍ ଭାବେ ଲଗାଯାଇ ପାରିବ । କିଛି ବିଶେଷଜ୍ଞ ଏହାକୁ ‘ଗେମ୍ ଚେଞ୍ଜର’ ଦର୍ଶାଉଛନ୍ତି । ନଭେମ୍ବରରେ ଏହି ଟିକା ‘ବିବିଭି୧୫୪’କୁ ଡିସିଜିଆର ଅନୁମୋଦନ ମିଳିଥିଲା । ତେବେ ଘରୋଇ ବଜାରରେ ଏହି ନାଜାଲ ଟିକାର ଦାମ୍ ଡୋଜ୍ ପିଛା ୮୦୦ଟଙ୍କା ଥିବାବେଳେ କେନ୍ଦ୍ରୀୟ ଓ ରାଜ୍ୟ ସରକାରଙ୍କ ପାଇଁ ଏହା ୩୨୫ଟଙ୍କା ରହିଛି । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବାସଭବନରେ ଏହାର ବଜାର ପ୍ରବେଶ ହୋଇଛି ।