ଏୟାରଫୋର୍ସର ଦୁଇ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ
ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ମୁରୈନାରେ ଭୟଙ୍କର ଦୁର୍ଘଟଣା । ଆଜି ମଧ୍ୟପ୍ରଦେଶର ମୁରୈନା ନିକଟରେ ଭାରତୀୟ ବାୟୁସେନାର ଗୋଟିଏ ସୁଖୋଇ-୩୦ ଓ ଗୋଟିଏ ମିରେଜ୍ ୨୦୦୦ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ତାଲିମ ଅଭ୍ୟାସ ନିମନ୍ତେ ଉପରୋକ୍ତ ବିମାନ ଗୋଆଲିୟର୍ସ୍ଥିତ ମହାରାଜପୁର ବିମାନଘାଟିରୁ ଉଡ଼ାଣ ଆରମ୍ଭ କରିଥିଲା। ଦୁର୍ଘଟଣା ପରେ ତଲାସ ଓ ଉଦ୍ଧାର କାର୍ୟ୍ୟ ଆରମ୍ଭ ହୋଇଛି। ତେବେ ଏଥିକେ କାହାର କିଛି କ୍ଷୟକ୍ଷତି ହୋଇଥିବା ସୂଚନା ଏଯାଏଁ ହସ୍ତଗତ ହୋଇନି । ଦୁଇଟି ଯାକ ବିମାନ ଗ୍ବାଲିୟର ବିମାନଘାଟିରୁ ଉଡାଣ ଆରମ୍ଭ କରିଥିଲେ।