ଚାରି ବର୍ଷର ପିଲାକୁ ପିଟିପିଟି ହତ୍ୟା!

ଭୁବନେଶ୍ବର : ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ମୁଣ୍ଡମରାଇ ଗ୍ରାମରେ ଘଟିଛି ହୃଦୟ ବିଦାରକ ଘଟଣା । ଜଣେ ୪ ବର୍ଷର ନାବାଳକଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ମୃତକ ନାବାଳକ ହେଉଛି ଗୋବିନ୍ଦ ପାତ୍ରଙ୍କ ପୁଅ ନିତେଶ ପାତ୍ର । ପୁଲିସ ଶବ ଜବତ କରି ତଦନ୍ତ ଜାରି ରଖିଛି । ସୂଚନା ମୁତାବକ ନିତେଶ ଆଜି ଅପରାହ୍ଣ ୪.୩୦ରୁ ଘରେ ନଥିଲା । ପରିବାର ଲୋକେ ତାକୁ ଖୋଜା ଖୋଜି କରିଥିଲେ । ହେଲେ ତାଙ୍କର କୌଣସି ସନ୍ଧାନ ପାଇ ନଥିଲେ । ପରେ ସାହିର କିଛି ପିଲାଙ୍କ ଠାରୁ ପରିବାର ଲୋକେ ଜାଣିବାକୁ ପାଇଥିଲେ ଯେ ନିତେଶକୁ କୀର୍ତ୍ତନ ସେଠୀଙ୍କ ସାନ ପୁଅ ଶ୍ରୀକାନ୍ତ ସେଠି ଧରିଥିଲା । ତେଣୁ ପରିବାର ଲୋକେ ଶ୍ରୀକାନ୍ତଙ୍କ ଘରକୁ ଯାଇଥିଲେ । ସେଠାରେ ତାଙ୍କ ପୁଅ ନିତେଶଙ୍କ ଜୋତା ପଡ଼ିଥିବା ଦେଖିଥିଲେ । ତେଣୁ ସେମାନଙ୍କ ସନ୍ଦେହ ବଢିଥିଲା ପରେ ସେମାନେ ନିତେଶର ରକ୍ତ ଜୁଡୁବୁଡୁ ଶବକୁ ପାଇଥିଲେ । ଏବେ ପରିବାର ଲୋକେ ଶ୍ରୀକାନ୍ତଙ୍କୁ ହତ୍ୟାକାରୀ ବୋଲି ଅଭିଯୋଗ କରୁଥିବା ବେଳେ ପୁଲିସ ନାବାଳକ ନିତେଶ ମୃତ୍ୟୁର କାରଣ ଖୋଜୁଛି ।

Related Articles

Leave a Reply

Your email address will not be published. Required fields are marked *

Back to top button