ମୋତେ ସ୍ତ୍ରୀର ସମ୍ମାନ ମିଲିଲେ ମୁଁ ପୁଣି ଫେରିବି: ଶ୍ରେୟା

ଭୁବନେଶ୍ୱର: କଣ୍ଠଶିଳ୍ପୀ ହ୍ୟୁମାନ ସାଗର ପାରିବାରିକ ବିବାଦ ମାମଲା ବଢ଼ିବାରେ ଲାଗିଛି । ଆଜି ସମ୍ବାଦିକ ସମ୍ମିଳନୀ କରି ହ୍ୟୁମାନଙ୍କ ପତ୍ନୀ ଶ୍ରେୟା ମିଶ୍ରପୁଣି ଥରେ ପୂର୍ବ କଥା ଦୋହରାଇଛନ୍ତି । ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ହ୍ୟୁମାନ ପ୍ରବଳ ମଦ୍ୟପାନ କରୁଥିଲେ । ମଦ୍ୟପାନ କରିବାକୁ ବାରଣ କରିବାରୁ ମାଡ଼ ମାରୁଥିଲେ ହ୍ୟୁମାନ । ମୋତେ ଉଭୟ ମାନସିକ ଓ ଶାରୀରିକ ନିର୍ୟାତନା ଦିଆଯାଉଥିଲା । ଝିଅର ଜନ୍ମ ପରେ ହ୍ୟୁମାନଙ୍କ ନିର୍ୟାତନା ତାଙ୍କ ପ୍ରତି ବଢ଼ିଥିଲା ବୋଲି ସେ କହିଛନ୍ତି । ଖାଲି ସେତିକି ନୁହେଁ, ଝିଅ ପ୍ରତି ହ୍ୟୁମାନଙ୍କ ଆଟାଚମେଣ୍ଟ ନଥିଲା ବୋଲି ଶ୍ରୀୟା କହିଛନ୍ତି । ସ୍ୱାମୀଙ୍କ ନିର୍ୟାତନା ସହ୍ୟ ନକରିପାରିବାରୁ ଥାନାର ଦ୍ୱାରସ୍ଥ ହୋଇଛି । ଶାଶୁଘର ଲୋକ ତାଙ୍କ ନିୟମ ମାନି ଚଳିବାକୁ ଚାହାନ୍ତି । ସିନ୍ଦୂର ଟିକିଲି ଲଗାଇବାକୁ ବାରଣ କରାଯାଏ । ହେଲେ ଏଥି ପାଇଁ ଶାଶୁ କେବେ ବି ନିର୍ୟାତନା ଦେଇନାହାନ୍ତି । ଖାଲି ସେତିକି ନୁହେଁ ଏହି ଘଟଣାରେ ତୃତୀୟ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା କହିଛନ୍ତି ଶ୍ରେୟା । ତୃତୀୟ ବ୍ୟକ୍ତିଙ୍କ ନାଁ ସ୍ପଷ୍ଟ କରିନଥିବା ବେଳେ ଆଗକୁ ସବୁକିଛି ସ୍ପଷ୍ଟ ହେବ। ମୁଁ ଚାହେଁ ହ୍ୟୁମାନ ବାଟକୁ ଆସନ୍ତୁ । ସବୁକିଛି ଖରାପ କଥା ମନରୁ କାଢ଼ି ଦିଅନ୍ତୁ । ମୋତେ ସ୍ତ୍ରୀର ସମ୍ମାନ ମିଲିଲେ ମୁଁ ପୁଣି ଫେରିବି ବୋଲି କହିଛନ୍ତି ଶ୍ରେୟା ।