ମୁଁ ଏବଂ ମୋ ପରିବାର ଶ୍ରେୟାଙ୍କୁ ବହୁତ ମିସ କରୁଛୁ:ହ୍ୟୁମାନ ସାଗର

କଟକ : ହ୍ୟୁମାନ ସାଗର ପାରିବାରିକ ବିବାଦ ପ୍ରସଙ୍ଗ । ମାମଲା ସଂପର୍କରେ ପ୍ରତିକ୍ରିୟା ରଖିଛନ୍ତି କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ସେ କହିଛନ୍ତି ସମସ୍ତ ଧର୍ମକୁ ମୁଁ ସମ୍ମାନ କରେ । ଆମେ ବୁଝାମଣା ପାଇଁ ଜଣାଇସାରିଛୁ । ସେମାନେ ଦୁଇଦିନ ଦିନ ସମୟ ନେଇଛନ୍ତି । ମୋ ନାଁରେ ମିଛ ଅଭିଯୋଗ ହୋଇଛି । ମୁଁ ଅଭିଯୋଗ ଶୁଣି ଚକିତ ହୋଇଛି । ମୁଁ ମୋ ପରିବାର ଶ୍ରେୟାଙ୍କୁ ବହୁତ ମିସ କରୁଛୁ ।  ଏ ପ୍ରସଙ୍ଗରେ ପୁଣିଥରେ ମୁହଁ ଖୋଲିଛନ୍ତି ହ୍ୟୁମାନଙ୍କ ମାଆ । ସେ କହିଛନ୍ତି ଆମେ ବୁଝାମଣା ପାଇଁ ରାଜି ଅଛୁ । ତେବେ ବୋହୁ ଏବଂ ନାତୁଣୀ ଘରେ ନଥିବାରୁ ତାଙ୍କୁ ବହୁତ ମିସ୍ କରୁଛୁ । କିଏ ବା ନ ଚାହେଁ ପିଲାର ଘର ଥରେ ବସିଯାଉ । ମୁଁ ବି ସେମିତି ଚାହେଁ, ମୋ ଘର ବସୁ । ବୋହୁ ଆମ ଘରେ ଠାକୁର ପୂଜା କରେ, ତା ପାଇଁ ଧର୍ମୀୟ ସ୍ୱାଧୀନତା ରହିଥିଲା । ବୋହୂର ବାପା ମା ମଧ୍ୟ ଆମ ଘରେ ଠାକୁର ପୂଜା କରନ୍ତି ବୋଲି କହିଛନ୍ତି ହ୍ୟୁମାନ ସାଗରଙ୍କ ମାଆ । ଆହୁରି ମଧ୍ୟ ସେ କହିଛନ୍ତି ଧର୍ମ ପରିବର୍ତ୍ତନ ପ୍ରସଙ୍ଗ ସଂପୂର୍ଣ୍ଣ ଭିତ୍ତିହୀନ ।

Related Articles

Leave a Reply

Your email address will not be published. Required fields are marked *

Back to top button