ମେଘାଳୟର ୫ ବିଧାୟକଙ୍କ ଇସ୍ତଫା

ସିଲଂ: ମେଘାଳୟର କ୍ୟାବିନେଟ ମନ୍ତ୍ରୀ ରେନିକ୍ଟନ ତୋଙ୍ଗକର ଏବଂ ରାଜ୍ୟର ଅନ୍ୟ ୪ ବିଧାୟକ ଆଜି ଇସ୍ତଫା ଦେଇଛନ୍ତି । ନିର୍ବାଚନ ତାରିଖ ଘୋଷଣା ହେବାର କିଛି ଘଣ୍ଟା ପରେ ସେମାନେ ଇସ୍ତଫା ଘୋଷଣା କରିଛନ୍ତି । ଇସ୍ତଫା ଦେଇଥିବା ୪ ବିଧାୟକ ହେଲେ ତୃଣମୂଳ କଂଗ୍ରେସ ବିଧାୟକ ଶୀତଲଙ୍ଗ ପାଲେ, କଂଗ୍ରେସର ନିଲମ୍ବିତ ବିଧାୟକ ମାୟରାଲବର୍ନ ସିଏମ ଏବଂ ପିଟି ସାୱକମି ଏବଂ ନିର୍ଦ୍ଦେଳୀୟ ବିଧାୟକ ଲମ୍ବୋର ମାଲନଗିୟାଙ୍ଗ ଅନ୍ତର୍ଭୁକ୍ତ । ସୂତ୍ର ମୁତାବକ ଏହି ୫ଜଣ ବିଧାୟକ ୟୁନାଇଟେଡ଼ ଡେମୋକ୍ରାଟିକ୍‌ ପାର୍ଟିରେ ସାମିଲ ହୋଇପାରନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button