ବିମାନ ଦୁର୍ଘଟଣା, ୭୨ ମୃତ

ନେପାଳ: ନେପାଳରେ ଭୟଙ୍କର ବିମାନ ଦୁର୍ଘଟଣା। ୬୮ ଯାତ୍ରୀ ଓ ୪ଜଣ କ୍ରୁ-ମେମ୍ବରଙ୍କ ସହିତ ମୋଟ୍ ୭୨ଜଣଙ୍କ ମୃତ୍ୟୁ ହୋଇଛି ।  ମୃତକଙ୍କ ମଧ୍ୟରେ ୫୩ଜଣ ନେପାଳି, ୫ଜଣ ଭାରତୀୟ, ୪ଜଣ ଋଷୀୟ, ୨ଜଣ କୋରିଆନ୍, ଜଣିଏ ଲେଖାଏଁ ଆଫଗାନିସ୍ତାନ, ଈରିସ୍, ଫ୍ରାନ୍ସର  ଯାତ୍ରୀ ରହିଛନ୍ତି । ୪ଜଣ କ୍ରୁ-ଷ୍ଟାଫଙ୍କ ମଧ୍ୟ ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛି ବିମାନବନ୍ଦର କର୍ତ୍ତୃପକ୍ଷ । ରବିବାର ସକାଳୁ ରାଜଧାନୀ କାଠମାଣ୍ଡୁର ପୂରୁଣା ଏୟାରପୋର୍ଟରୁ କାସ୍କି ଜିଲ୍ଲାର ପୋଖରାକୁ ଉଡ଼ାଣ ଭରିଥିଲା ୟେଟି-୭୨ ବିମାନ । ୟେଟି ଏୟାର ଲାଇନ୍ ପ୍ରବକ୍ତାଙ୍କ କହିବା ଅନୁଯାୟୀ, ଖରାପ ପାଗ ଯୋଗୁ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପୋଖରା ବିମାନବନ୍ଦରରେ ଲ୍ୟାଣ୍ଡିଂ କରିବାର ୧୦ ସେକେଣ୍ଡ ପୂର୍ବରୁ ବିମାନଟି କ୍ରାସ୍ ହୋଇଛି । ପାହାଡ଼ରେ ପିଟି ହୋଇ ବିସ୍ଫୋରଣ କରିବା ସହିତ ସମ୍ପୂର୍ଣ୍ଣ ଜଳିଯାଇଥିଲା ଫ୍ଲାଇଟ୍ । ବିମାନରେ ସମସ୍ତ ୭୨ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ବିମାନ ଦୁର୍ଘଟଣା ପରେ ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପା କମଳ ଧହଲ ଜରୁରୀକାଳୀନ କ୍ୟାବିନେଟ୍ ବୈଠକ ଡାକିଛନ୍ତି ।

Related Articles

Leave a Reply

Your email address will not be published.

Back to top button