ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲା, ପରବର୍ତ୍ତୀ ଶୁଣାଣୀ ୭ରେ

କଟକ: କେନ୍ଦ୍ରପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ପାରିବାରିକ ବିବାଦ ମାମଲାରେ କଟକ ପରିବାର ଅଦାଲତ ନିର୍ଦ୍ଦେଶ ଉପରେ ଆଜି ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି । ଏଥି ସହିତ ଅନୁଭବଙ୍କ ପକ୍ଷରୁ  ଦାୟର ଆବେଦନକୁ ବିଚାର ପାଇଁ ଗ୍ରହଣକରି ବର୍ଷାଙ୍କୁ ନୋଟିସ୍ ଜାରି କରିଛନ୍ତି ହାଇକୋର୍ଟ । ବିଚାରପତି କେ.ଆର.ମହାପାତ୍ର ଏହି ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଅଦାଲତ ଫେବ୍ରୁଆରି ୭ ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି । କଟକ ପରିବାର ଅଦାଲତରେ ଅନୁଭବଙ୍କ ସାକ୍ଷ୍ୟ ଗ୍ରହଣ ଶେଷ ହେବା ପରେ ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ ଆରମ୍ଭ ହୋଇଥିଲା । ଅନୁଭବଙ୍କ ତରଫରୁ ତାଙ୍କ ଆଇନଜୀବୀ ବର୍ଷାଙ୍କୁ ଜେରା କରୁଥିଲେ । ତେବେ ସାକ୍ଷ୍ୟ ଗ୍ରହଣ ବେଳେ ଉଭୟ ପକ୍ଷର ଦୁଇଜଣରୁ ଅଧିକ  ଆଇନଜୀବୀ ଅଦାଲତରେ ଉପସ୍ଥିତ ରହି ପାରିବେ ନାହିଁ ବୋଲି ପରିବାର ଅଦାଲତ ଗତ ନଭେମ୍ବର ୩ରେ ନିର୍ଦ୍ଦେଶ ଦେଇଥିଲେ । ଏପରି ନିର୍ଦ୍ଦେଶକୁ ବିରୋଧ କରି ଅନୁଭବ ହାଇକୋର୍ଟରେ ଆବେଦନ କରିଥିଲେ ।

Related Articles

Leave a Reply

Your email address will not be published.

Back to top button