ରାଜ୍ୟକୁ ମିଳିଲା ଆଉ ଏକ ବୁଦ୍ଧିଆ: ଚର୍ଚ୍ଚାରେ ରୁଦ୍ର

ମାଲକାନଗିରି: ଓଡ଼ିଶା ଦେଖିବ ଆଉ ଏକ ବୁଦ୍ଧିଆ ସିଂ। ଠିକ୍‌ ବୁଦ୍ଧିଆ ପରି ନିଜକୁ ପ୍ରସ୍ତୁତ କରି ଚାଲିଛନ୍ତି ଜଣେ କୁନି ଆଥଲେଟ୍‌ । ଏହି ଆଥଲେଟ ଜଣକ ହେଉଛନ୍ତି ମାଲକାନଗିରିର ୬ ବର୍ଷୀୟ ରୁଦ୍ର ସେଠି।  ସେ ଏବେ ମାଲକାନଗିରିର ବୁଦ୍ଧିଆ ସିଂ ଭାବେ ବେଶ୍‌ ପରିଚିତ ହୋଇ ସାରିଲେଣି। ବିନା ବିଶ୍ରାମରେ ରୁଦ୍ର ଦୌଡ଼ି ପାରୁଛନ୍ତି ୧୭ କି.ମି.। ୧୭ କି.ମି. ଦୌଡ଼ିବା ପରେ ବି ଏହି କୁନି ବାଳକଟି କୌଣସି ଥକ୍କାପଣ ଅନୁଭବ କରି ନ ଥିବା କହିଛି, ଯାହାକି ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛି ।ମାଲକାନଗିରିର  ପ୍ରସିଦ୍ଧ ମାଲ୍ୟାବନ୍ତ ମହୋତ୍ସବ ପାଇଁ ଆଜି ସକାଳେ ଆୟୋଜିତ ହୋଇଥିଲା ମାରାଥନ ଦୌଡ଼ । ଏହି ଦୌଡ଼ ପ୍ରତିଯୋଗିତା କର୍କୁଣ୍ଡାରୁ ବୁଟିଗୁଡ଼ା ସ୍କୁଲ ମାଲକାନଗିରି ପର୍ୟ୍ୟନ୍ତ ଆୟୋଜିତ ହୋଇଥିଲା। ଏଥିରେ ପ୍ରାୟ ୧୫୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।  ସେମାନଙ୍କ ମଧ୍ୟରେ ରୁଦ୍ର ବି ସାମିଲ ଥିଲା,  ଯିଏ କି ଥିଲା ମୁଖ୍ୟ ଆକର୍ଷଣ । ସମସ୍ତଙ୍କ ସହ ତାଳ ଦେଇ ରୁଦ୍ର ବି ବିନା କୌଣସି ରେଷ୍ଟରେ ଦୌଡ଼ିଲା ୧୭ କିମି । ଏପରିକି ଏତେ ବାଟ ଦୌଡ଼ିବା ପରେ ବି ସେ କୌଣସି ପ୍ରକାର ହାଲିଆ କି ଥକ୍କାପଣ ଅନୁଭବ କରି ନ ଥିଲା। ରୁଦ୍ର ଅଜା ଙ୍କ ସହ ପ୍ରତ୍ୟେକ ଦିନ ପଡ଼ିଆରେ ଅଭ୍ୟାସ କରୁଛି। ରୁଦ୍ରଙ୍କ ଅଜା ରବୀନ୍ଦ୍ର ପୁଲିସ ବିଭାଗରେ ହାବିଲଦାର ଭାବେ କାର୍ୟ୍ୟରତ ଥିବା ବେଳେ ସେ ପିଲାମାନଙ୍କୁ ଖେଳ ପ୍ରଶିକ୍ଷଣ ଦେଇଥାନ୍ତି। ନିଜ ନାତିର ଏପରି ସଫଳତାରେ ବେଶ୍‌ ଖୁସି ଅଛନ୍ତି ତାଙ୍କ ଅଜା ।

Related Articles

Leave a Reply

Your email address will not be published.

Back to top button