ଫିଲ୍ମ ‘ପଠାନ୍‌’ର ଟ୍ରେଲର ରିଲିଜ୍‌

ଚଳିତ ବର୍ଷର ବହୁଚର୍ଚ୍ଚିତ ଫିଲ୍ମ ‘ପଠାନ’ର ଟ୍ରେଲର ରିଲିଜ ହୋଇଛି। ଏହି ଟ୍ରେଲରକୁ ଫ୍ୟାନ୍‌ମାନେ ଉତ୍ସାହର ସହିତ ଅପେକ୍ଷା କରିଥିଲେ। ଫିଲ୍ମ ରିଲିଜ ତାରିଖର କିଛି ଦିନ ପୂର୍ବରୁ ହିଁ ଏହାର ଦମ୍‌ଦାର ଟ୍ରେଲରକୁ ରିଲିଜ କରାଯାଇଛି। ନିର୍ମାତାମାନେ ଫିଲ୍ମର ନୂଆ ପୋଷ୍ଟର ସହିତ ଏହି ଘୋଷଣା କରିଛନ୍ତି। ଫିଲ୍ମର ନୂଆ ପୋଷ୍ଟର ଦେଖି ଫ୍ୟାନ୍‌ମାନେ ବହୁତ ଉତ୍ସାହିତ ଅଛନ୍ତି। ସୁପରଷ୍ଟାର ଶାହରୁଖ ଖାନ ମଧ୍ୟ ସ୍ପାଇ ଆକ୍ସନ୍-ଥ୍ରୀଲର ଫିଲ୍ମର ପୋଷ୍ଟର ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସେୟାର କରିଛନ୍ତି, ଯେଉଁଥିରେ ସେ କ୍ୟାପସନ ଲେଖିଛନ୍ତି, ‘୧୦ ଜାନୁଆରୀ ସକାଳ ୧୧ଟାରେ ପଠାନ୍‌ର ଟ୍ରେଲର ଆଉଟ୍‌ ହେବାର ଅଛି’। ଫିଲ୍ମର ଟ୍ରେଲର ୨ ମିନିଟ୍ ୩୪ ସେକେଣ୍ଡର ରହିଛି, ଯାହା ଆରମ୍ଭ ହେଉଛି ଜନ୍ ଆବ୍ରାହମ୍‌ଙ୍କ ଆକ୍ସନରୁ। ଡିମ୍ପଲ୍ କପାଡିଆ ଆତଙ୍କବାଦୀଙ୍କ ଏକ ସଙ୍ଗଠନ ବିଷୟରେ କଥା ହେଉଛନ୍ତି, ଯାହା କୌଣସି ଉଦ୍ଦେଶ୍ୟରେ କାମ କରେ ନାହିଁ, କିନ୍ତୁ କେବଳ ଚୁକ୍ତିରେ କାମ କରିଥାଏ। ସେହି ଗ୍ରୁପ୍‌ ଭାରତ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଛି। ଏହାପରେ ଜନ୍ ଆବ୍ରାହମ୍‌ଙ୍କୁ କହୁଥିବାର ଦେଖାଯାଉଛି ଯେ ଭାରତ ଉପରେ ସେ ଏପରି ଆକ୍ରମଣ କରିବାକୁ ଯାଉଛନ୍ତି, ଯାହା ବିଷୟରେ କେହି କେବେ ଭାବି ନ ଥିବେ। ସେ ଏହାକୁ ଚେତାବନୀ ବୋଲି କହି କାଉଣ୍ଟଡାଉନ୍ ଆରମ୍ଭ କରୁଛନ୍ତି। ଡିମ୍ପଲ୍ କପାଡିଆ କହୁଛନ୍ତି, ଏବେ ପଠାନର ବନବାସ ଶେଷ ହେଲା। ଆଉ ଏହାପରେ ଶାହାରୁଖ ଖାନଙ୍କ ଏଣ୍ଟ୍ରି ହେଉଛି, ଯିଏ ଲୋକଙ୍କ ସହ ମାରପିଟ କରୁଥିବାର ଦେଖାଯାଉଛି। ଢେର୍‌ ଆକ୍ସନ ପରେ ଦୀପିକା ପାଦୁକୋନଙ୍କ ଏଣ୍ଟ୍ରି ହେଉଛି। ଫିଲ୍ମରେ ଦୀପିକାଙ୍କୁ ଜଣେ ସୈନିକ ଭାବରେ ଦର୍ଶାଯାଇଛି ଏବଂ ସେ ଆତଙ୍କବାଦୀ ବିରୋଧୀ ମୁକାବିଲାରେ ଶାହରୁଖ ଖାନଙ୍କ ସହ ହାତ ମିଳାଇବାକୁ ଚାହୁଁଛନ୍ତି। ଏହି ଫିଲ୍ମରେ ଶାହରୁଖ ଖାନଙ୍କୁ ଦେଶଭକ୍ତ ଭାବରେ ଦର୍ଶାଯାଇଛି। ଫିଲ୍ମର ଆକ୍ସନ୍ ହଲିଉଡ୍ ଫିଲ୍ମ ସହିତ ମିଶୁଛି। ଫିଲ୍ମରେ ଦୀପିକା ପାଦୁକୋନଙ୍କ ପରିବର୍ତ୍ତିତ ଲୁକ୍ ସମସ୍ତଙ୍କୁ ଭଲ ଲାଗିପାରେ। ଏହି ଫିଲ୍ମ ସହିତ ଶାହରୁଖ ଖାନ ୪ ବର୍ଷ ପରେ ବଡ ପରଦାକୁ ଫେରୁଛନ୍ତି। ଟ୍ରେଲରକୁ ଦେଖି କୁହାଯାଇପାରେ ଯେ ଶାହାରୁଖ ଖାନଙ୍କ ପାଇଁ ଏହି ଫିଲ୍ମ କରିବା ଭଲ ପ୍ରମାଣିତ ହୋଇପାରେ। ବର୍ଷ ୨୦୧୭ରେ ଆସିଥିବା ତାଙ୍କ ଫିଲ୍ମ ‘ରଇସ୍’ ପରେ ଶାହାରୁଖଙ୍କ ଫ୍ୟାନ୍‌ମାନଙ୍କୁ ତାଙ୍କ ଆକ୍ସନ ବହୁତ ପସନ୍ଦ ଆସିପାରେ।

Related Articles

Leave a Reply

Your email address will not be published.

Back to top button