ସମ୍ପତ୍ତି ତାଲିକା ଘୋଷଣା ନ କଲେ ମିଳିବନି ଦରମା

ଭୁବନେଶ୍ୱର: ଜାନୁଆରୀ ଶେଷ ସୁଦ୍ଧା ନିଜ ସମ୍ପତ୍ତି ତାଲିକା ଦାଖଲ କର । ନଚେତ ଫେବୃଆରୀର ଦରମା ବନ୍ଦ । ନିଜ କର୍ମଚାରୀଙ୍କୁ ଏପରି ଶୁଣାଇ ଦେଇଛି  ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ।ନିଜ ବାର୍ଷିକ ସମ୍ପତ୍ତି ତାଲିକା ପ୍ରତି ବର୍ଷ ଘୋଷଣା କରିବାକୁ ରାଜ୍ୟ ସରକାର କଡ଼ାକଡ଼ି ନିୟମ ଲାଗୁ କରିଥିବା ସତ୍ତ୍ୱେ ଏହାକୁ ଖାତିର କରୁ ନାହାନ୍ତି ସରକାରୀ କର୍ମଚାରୀ। ନିର୍ଦ୍ଧାରିତ ସମୟ ସୀମା ପରେ ବି ଦାଖଲ କରୁ ନାହାନ୍ତି ନିଜ ସମ୍ପତ୍ତି ତାଲିକା । ତେଣୁ ନିଜ କର୍ମଚାରୀଙ୍କୁ ନିୟମର ପାଠ ପଢ଼ାଇବାରୁ କଠୋର ହୋଇଛି  ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ । ନିଜ ବିଭାଗର ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କ ପାଇଁ ସୋମବାର ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଜାରି କରିଛି ନିର୍ଦ୍ଦେଶନାମା । ଏଥିନିମନ୍ତେ ଜାନୁଆରୀ ମାସ ଶେଷ ପର୍ୟ୍ୟନ୍ତ ଡେଡ୍‌ଲାଇନ୍‌ ଦିଆଯାଇଛି। ଜାନୁଆରୀ ଶେଷ ସୁଦ୍ଧା ନିଜ ସମ୍ପତ୍ତି ତାଲିକା ଘୋଷଣା ନ କରିବା ପର୍ୟ୍ୟନ୍ତ ଫେବୃଆରୀ ମାସର ଦରମା ମିଳିବନି ବୋଲି ବି କଡ଼ା ଚେତାବନୀ ଦିଆଯାଇଛି। ନିଜର ସମ୍ପତ୍ତିର ତାଲିକା ଘୋଷଣା କରିବା ପରେ ହିଁ ସେମାନେ ଦରମା ଉଠାଇ ପାରିବେ ବୋଲି କୁହାଯାଇଛି ।

Related Articles

Leave a Reply

Your email address will not be published.

Back to top button