ଶୀତଦିନରେ ଖାଆନ୍ତୁ ମଟର, ମିଳିବ ଅନୋଖା ଫାଇଦା

ଶୀତଦିନରେ ସମସ୍ତେ ନିଜ ସ୍ୱାସ୍ଥ୍ୟକୁ ନେଇ ବହୁ ଚିନ୍ତିତ ଥାଆନ୍ତି । ଏହି ଦିନରେ ପନିପରିବାରର ମଧ୍ୟ କମି ନଥାଏ । ସବୁଜ ଓ ସତେଜ ପନିପରିବା ଖାଇବା ମଧ୍ୟ ଶୀତ ଦିନରେ ବହୁ ଉପକାରୀ ହୋଇଥାଏ । ଶୀତଦିନିଆ ପରିବା ମଧ୍ୟରୁ ଗୋଟିଏ ହେଉଛି ମଟର ଛୁଇଁ । ଆମ ଶରୀର ପାଇଁ ମଟର ଛୁଇଁର ଅନେକ ଉପକାର ରହିଛି । କାରଣ ଏଥିରେ ରହିଛି ଆଇରନ୍, କ୍ୟାଲସିୟମ୍, ଭିଟାମିନ୍ ବି ୬, ଭିଟାମିନ୍ ସି, ମ୍ୟାଗନେସିୟମ୍ ଭଳି ଅନେକ ଗୁଣକାରୀ ତତ୍ତ୍ୱ । ଫଳରେ ଏହାକୁ ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିବା ସହ ହୃତପିଣ୍ଡ ଓ କିଡନୀ ସୁସ୍ଥ ରହିଥାଏ । ଆସନ୍ତୁ ଜାଣିବା ଆଉ କିଛି ଉପକାରୀ ଗୁଣ ।

– ଏହା ରକ୍ତଚାପକୁ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ ।
– ଏଥିରେ ଫାଇବରର କିଛି ମାତ୍ରା ରହୁଥିବାରୁ ପାଚନତନ୍ତ୍ରକୁ ସକ୍ରିୟ କରିବାରେ ମଧ୍ୟ ଏହା ସାହାଯ୍ୟ କରିଥାଏ ।
– କେବଳ ସେତିକି ନୁହେଁ, ଏହା କୋଲେଷ୍ଟରଲକୁ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ ।
– କେବଳ ସ୍ୱାସ୍ଥ୍ୟ ପାଇଁ ନୁହେଁ, ତ୍ୱଚାର ସୌନ୍ଦର୍ଯ୍ୟ ବଢ଼ାଇବାରେ ବି ମଟର ଛୁଇଁର ଅନେକ ଭୂମିକା ରହିଛି । ମଟର ଛୁଇଁକୁ ଫାଇନ୍ ପେଷ୍ଟ କରି ତ୍ୱଚାରେ ଧୀରେ ଧୀରେ ମାଲିସ କଲେ, ଏହା ନାଚୁରାଲ ସ୍କ୍ରବର କାମ ଦେଇଥାଏ । କୁହାଯାଏ, ଏହିପରି କିଛିଦିନ କଲେ ତ୍ୱଚା ସଫା ଦେଖାଯିବା ସହ ଗ୍ଲୋ କରିଥାଏ ।
– ଶୀତଦିନେ ଅନେକଙ୍କର ଓଠ ଆଉ ପାଦର ଗୋଇଠି ଫାଟେ । କଞ୍ଚା ମଟର ଛୁଇଁରୁ କିଛିକିଛି ନିୟମିତ ଖାଇଲେ ଏହି ସମସ୍ୟାରୁ କୁଆଡେ ଅନେକ ଉପଶମ ମିଳିଥାଏ । ତେବେ ଅନେକ ଗୁଣରେ ଭରା ଏହି ମଟର ଛୁଇଁର କିନ୍ତୁ ଗୋଟିଏ ଅସୁବିଧା ରହିଛି; ତାହା ହେଉଛି ଗ୍ୟାସ୍ ସମସ୍ୟା । ତେଣୁ ଗ୍ୟାସ୍ ରୋଗରେ ପୀଡ଼ିତ ବ୍ୟକ୍ତିମାନେ ଟିକେ ଦେଖିଚାହିଁ ମଟର ଛୁଇଁ ଖାଇବା ଦରକାର ।

Related Articles

Leave a Reply

Your email address will not be published.

Back to top button