ଓଡିଶା ପାଇଁ କୋଭିଡ ବିପଦ ନାହିଁ

ଭୁବନେଶ୍ୱର: କରୋନା ନେଇ ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡାଙ୍କ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ । ଓଡିଶା ପାଇଁ କୋଭିଡ ବିପଦ ଆଉ ନାହିଁ ବୋଲି କହିଲେ ପ୍ରଫେସର ପଣ୍ଡା । ଦୈନିକ ଦେଶରେ ୨ ଲକ୍ଷ ଓ ରାଜ୍ୟରେ ୭ ହଜାର ଟେଷ୍ଟ ହେଉଛି । ସେଥିରୁ ଅତି ନଗଣ୍ୟ ଲୋକଙ୍କ ପଜିଟିଭ ଆସୁଛି । ତଥାପି ସତର୍କ ରହିବା, ମାସ୍କ ପିନ୍ଧିବା, ଭିଡ ସ୍ଥାନକୁ ଯିବା ନାହିଁ । ଆଇସିଏମଆର ଗାଇଡଲାଇନ ଅନୁସାରେ ୨ୟ ବୁଷ୍ଟର ଡୋଜ୍ ପ୍ରାବଧାନ ନାହିଁ । ତଥାପି ଦୁଃସାଧ୍ୟ ରୋଗାକ୍ରାନ୍ତଙ୍କୁ ୨ୟ ଡୋଜ୍ ଦରକାର ହୋଇପାରେ । ଯେଉଁମାନେ ବୁଷ୍ଟର ଡୋଜ୍ ନେଇନାହାନ୍ତି ସେମାନେ ନେଇଯିବା ଉଚିତ୍ । ବର୍ତ୍ତମାନ ସ୍ଥିତିକୁ ଦେଖିଲେ ଏତିକି କୁହାଯାଇପାରେ କୋଭିଡ ବିପଦ ନାହିଁ । ବର୍ତ୍ତମାନ ଭାରତ ତଥା ଓଡିଶା ପାଇଁ କୋଭିଡ ବିପଦ ଆଉ ନାହିଁ ବୋଲି କହିଛନ୍ତି ପ୍ରଫେସର ପଣ୍ଡା ।

Related Articles

Leave a Reply

Your email address will not be published.

Back to top button