ଦୂରଦର୍ଶନ, ଆକାଶବାଣୀର ଆଧୁନିକୀକରଣ ପ୍ରସଙ୍ଗ, ୨୫୦୦ କୋଟି ଅନୁଦାନକୁ କେନ୍ଦ୍ରର ମଞ୍ଜୁରୀ

ନୂଆଦିଲ୍ଲୀ: ପ୍ରସାର ଭାରତୀ ଅଧିନରେ କାର୍ଯ୍ୟ କରୁଥିବା ଦୂରଦର୍ଶନ ଓ ଆକାଶବାଣୀର ଆଧୁନିକୀକରଣ ପାଇଁ କେନ୍ଦ୍ର ସରକାର ୨୫୦୦ କୋଟି ଟଙ୍କାର ଅନୁଦାନ ବ୍ୟବସ୍ଥା କରିଛନ୍ତି । ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିି ଏହି ଅନୁଦାନକୁ ମଞ୍ଜୁରୀ ଦେଇଛି ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି। ଦୂରଦର୍ଶନ ଓ ଆକାଶବାଣୀର ଆଧୁନିକୀକରଣ ପାଇଁ ଉଦ୍ଦିିଷ୍ଟ ବିଆଇଏନ୍‌ଡି (ବ୍ରଡକାଷ୍ଟିଙ୍ଗ୍ ଇନଫ୍ରାଷ୍ଟ୍ରକ୍‌ଚର ଆଣ୍ଡ୍ ନେଟ୍‌ୱର୍କ ଡେଭେଲପ୍‌ମେଣ୍ଟ) ଯୋଜନାରେ ୨୦୨୫-୨୬ ବର୍ଷରେ ମୋଟ ୨୫୩୯.୬୧ କୋଟି ଖର୍ଚ୍ଚ କରାଯିବ ବୋଲି ଜଣାପଡିଛି । ଦୂରଦର୍ଶନ ଓ ଆକାଶବାଣୀର ପ୍ରସାରଣ ଭିତ୍ତିଭୂମି, ବିଷୟବସ୍ତୁ ଉନ୍ନତିକରଣ ଏବଂ ଅନ୍ୟାନ୍ୟ ସିଭିଲ କାର୍ଯ୍ୟରେ ଏହି ଅର୍ଥ ଖର୍ଚ୍ଚ କରାଯିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି । କେନ୍ଦ୍ର ସରକାର ଅଧୀନସ୍ଥ ପ୍ରସାର ଭାରତୀ ଦେଶରେ ସୂଚନା, ସ୍ୱାସ୍ଥ୍ୟ, ଶିକ୍ଷା, ମନୋରଞ୍ଜନ ଭଳି କାର୍ଯ୍ୟକ୍ରମଗୁଡିକୁ ପ୍ରସାରିତ କରିଥାଏ। ବିଶେଷକରି ଗ୍ରାମାଞ୍ଚଳର ଲୋକେ ଏହାଦ୍ୱାରା ଅଧିକ ଉପକୃତ ହୋଇଥାନ୍ତି । ଆଧୁନିକୀକରଣ ପରେ ଆନ୍ତର୍ଜାତିକ ସୀମା ଏବଂ ଦୁର୍ଗମ ଅଞ୍ଚଳରେ ପ୍ରସାରଣ କାର୍ଯ୍ୟ ଅଧିକ ତ୍ୱରାନ୍ୱିତ ହୋଇପାରିବ ବୋଲି ଆଶା କରାଯାଉଛି । ବର୍ତ୍ତମାନ ଦୂରଦର୍ଶନ ଅଧୀନରେ ୨୮ଟି ଆଞ୍ଚଳିକ ସମେତ ମୋଟ ୩୬ଟି ଟିଭି ଚ୍ୟାନେଲ କାର୍ଯ୍ୟ କରୁଛି । ଅପରପକ୍ଷରେ ଆକାଶବାଣୀର ଦେଶବ୍ୟାପୀ ୫୦୦ରୁ ଊର୍ଦ୍ଧ୍ୱ ପ୍ରସାରଣ ସେଣ୍ଟର ରହିଛି । ଆଧୁନିକୀକରଣ ପରେ ଆକାଶବାଣୀ ଏଫ୍‌ଏମ୍ ଚ୍ୟାନେଲଗୁଡିକରେ ଶ୍ରୋତାଙ୍କ ସଂଖ୍ୟା ୬୬ ପ୍ରତିଶତକୁ ବୃଦ୍ଧି ପାଇବ ବୋଲି କୁହାଯାଇଛି ।

Related Articles

Leave a Reply

Your email address will not be published.

Back to top button