ସୁପ୍ରିମ୍‌କୋର୍ଟରୁ ପୂଜା ସିଂଘଲଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ: ମନି ଲଣ୍ଡରିଂ ଏବଂ ଭ୍ରଷ୍ଟାଚାର ଅଭିଯୋଗରେ ନିଲମ୍ବିତ ଆଇଏଏସ୍ ଅଧିକାରୀ ତଥା ଝାଡ଼ଖଣ୍ଡର ପୂର୍ବତନ ଖଣି ସଚିବ ପୂଜା ସିଂଘଲଙ୍କୁ ସୁପ୍ରିମ୍‌କୋର୍ଟରୁ ଆଶ୍ୱସ୍ତି ମିଳିଛି । ମଙ୍ଗଳବାର ଜଷ୍ଟିସ୍ ସଞ୍ଜୟ କିଶନ୍ କୌଲ୍ ଏବଂ ଜଷ୍ଟିସ୍ ଅଭୟ ଓଠାଙ୍କ ଖଣ୍ଡପୀଠ ମେଡିକାଲ୍ ଗ୍ରାଉଣ୍ଡ୍‌ରେ ପୂଜାଙ୍କୁ ଏକମାସ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ଏହା ସହିତ ରାଞ୍ଚି ନଯାଇ ଦିଲ୍ଲୀ-ଏନ୍‌ସିଆର୍‌ରେ ରହିବା ପାଇଁ ତାଙ୍କୁ କୋର୍ଟ ଆଦେଶ ଦେଇଛନ୍ତି । ସେହିପରି ପୂଜା ସିଂଘଲଙ୍କ ନିୟମିତ ଜାମିନ ଆବେଦନ ଉପରେ ତିନି ସପ୍ତାହ ମଧ୍ୟରେ ଜବାବ ଦେବାକୁ ଖଣ୍ଡପୀଠ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ନିର୍ଦ୍ଦେଶ ଦେଇଛନ୍ତି । ଖଣ୍ଡପୀଠ ୨୦୨୩ ଫେବୃଆରୀ ୬ ତାରିଖକୁ ପୂଜାଙ୍କ ନିୟମିତ ଜାମିନ ଆବେଦନର ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି । ଏହା ସହିତ ଶୁଣାଣି ମଧ୍ୟରେ ପୂଜା ସିଂଘଲ ରାଞ୍ଚି ଯାଇପାରିବେ ନାହିଁ ବୋଲି ମଧ୍ୟ କୋର୍ଟ ସର୍ତ୍ତ ରଖିଛନ୍ତି । ପିଏମ୍‌ଏଲ୍‌ଏ ମାମଲାରେ ପୂଜାଙ୍କୁ ଗତବର୍ଷ ମେ ୧୧ ତାରିଖରେ ଇଡି ଗିରଫ କରିଥିଲା ।

Related Articles

Leave a Reply

Your email address will not be published.

Back to top button