ପ୍ରଥମ ଥର ସିଆଚୀନ ବର୍ଡର ଜଗିବେ ନାରୀଶକ୍ତି

ନୂଆଦିଲ୍ଲୀ: ସିୟାଚୀନ, ଯେଉଁଠି ସବୁବେଳେ ଲାଗି ରହିଥାଏ ପ୍ରବଳ ଥଣ୍ଡା ଆଉ ବରଫପାତ । ମାଇନସ ୩୨ ଡିଗ୍ରୀ ତାପମାତ୍ରାରୁ ବି ତଳକୁ ଖସିଯାଇଥାଏ ପାରଦ । ତା ଉପରେ ମନରେ ଶତୃଦେଶର ଆକ୍ରମଣର ଭୟ । ଏସବୁ ସମସ୍ୟାକୁ ସାମନା କରି ଗୋଟିଏ ଗୋଟିଏ ମେରୁ ଭଳି ଠିଆ ହୋଇଛନ୍ତି ଭାରତର ବୀର ଯବାନ । ଦେଶକୁ ବାହ୍ୟଶତୃଙ୍କ ଆକ୍ରମଣରୁ ରକ୍ଷା କରିବା ପାଇଁ ପ୍ରସ୍ତୁତ ରହିଛନ୍ତି ଭାରତୀୟ ସେନା । ତେବେ ଏମାନଙ୍କ ମଧ୍ୟରେ ଜଣେ ମହିଳାଙ୍କୁ ଏବେ ମିଳିଛି ଦାୟିତ୍ୱ । ସୀମା ଜଗିବା ପାଇଁ ସିୟାଚୀନର ସୀମାରେଖାରେ ଜଗି ରହିଛନ୍ତି ମହିଳା ଅଧିକାରୀ । କ୍ୟାପଟେନ ଶିବା ଚୌହାନ, ସୀୟାଚୀନରେ ନିୟୋଜିତ ହୋଇଥିବା ପ୍ରଥମ ମହିଳା ସେନା ଅଧିକାରୀ । ଏଣିକି ଭାରତୀୟ ସେନାରେ ସାମିଲ ହୋଇ ଦେଶର ଗର୍ବ ଏବଂ ଗୌରବ ପାଲଟିଛନ୍ତି ଶିବା । ବର୍ତ୍ତମାନ ସିଆଚୀନରେ ଦିନର ତାପମାତ୍ରା ମାଇନସ୍ ୨୧ଡୀଗ୍ରୀ ଏବଂ ରାତିର ତାପମାତ୍ରା ୩୨ଡିଗ୍ରୀ ସେଲସିୟସ୍ ରହୁଥିବା ବେଳେ ଆମ ଦେଶର ବୀର ଯବାନ ମୁତୟନ ରହି ସୀମାରେ ଶତ୍ରୁକୁ ଜଗି ରହିଥାନ୍ତି । ସିଆଚୀନରେ ୧୯୮୪ରେ ମିଲିଟାରୀ ବେସ୍ ତିଆରି କରାଯାଇଥିଲା । ସେବେଠୁ ନେଇ ୨୦୧୫ ଭିତରେ ଖରାପ ପାଣିପାଗ ପାଇଁ ୮୭୩ ଯବାନ ପ୍ରାଣ ହରାଇସାରିଛନ୍ତି । ସିଆଚୀନ୍ ଗ୍ଲେସିୟରରେ ପ୍ରାୟ ୩ହଜାର ସୈନ୍ୟ ସବୁବେଳେ ମୂତୟନ ହୋଇ ରହିଥାନ୍ତି । ଏଠାରେ ମୁତୟନ ହୋଇ ରହିଥିବା ଯବାନଙ୍କୁ ସୁରକ୍ଷିତ ରଖିବା ପାଇଁ ସରକାର ପ୍ରତିଦିନ ୫ କୋଟି ଟଙ୍କା ଖର୍ଚ୍ଚ କରିଥାନ୍ତି । ଏତେ ଭୟଙ୍କର ପରିସ୍ଥିତିରେ ଏବେ ଜଣେ ମହିଳା ଅଧିକାରୀ କ୍ୟାପ୍ଟେନ୍ ଶିବା ଚୌହାନ ସୀମାରେ ମୁତୟନ ହୋଇଛନ୍ତି ।

Related Articles

Leave a Reply

Your email address will not be published.

Back to top button