ପାକ୍ ଡ୍ରୋନ୍‌କୁ ଘଉଡାଇଲା ବିଏସଏଫ୍‌

ଗୁରୁଦାସପୁର: ଭାରତୀୟ ଆକାଶ ସୀମାକୁ ଉଲ୍ଲଂଘନ ଉଦ୍ୟମ କରୁଥିବାବେଳେ ପାକିସ୍ତାନର ଗୋଟିଏ ଡ୍ରୋନ୍‌କୁ ବିଏସଏଫ୍ ଯବାନମାନେ ଘଉଡାଇ ଦେଇଛନ୍ତି । ରବିବାର ପଞ୍ଜାବର କଲମପୁର ଆଟପୋଷ୍ଟ ନିକଟରେ ଉକ୍ତ ଡ୍ରୋନ୍‌କୁ ଠାବ କରାଯିବାପରେ ବିଏସଏଫ୍ ଯବାନ ତାହାକୁ ଲକ୍ଷ୍ୟକରି ୨୦ ରାଉଣ୍ଡ ଗୁଳି ଚଳାଇଥିଲେ । ଫଳରେ ଡ୍ରୋନ୍‌ଟି ପୁଣି ପାକିସ୍ତାନ ସୀମାକୁ ଫେରିଯାଇଥିଲା । ବିଗତ ତିନିଦିନ ମଧ୍ୟରେ ଏଲଓସିରେ ପାକିସ୍ତାନୀ ଡ୍ରୋନ୍ ଠାବ କରାଯିବାରେ ଏହା ହେଉଛି ତୃତୀୟ ଘଟଣା ।

Related Articles

Leave a Reply

Your email address will not be published.

Back to top button