ସ୍କ୍ରାପ ହେବନି ୫୦ବର୍ଷରୁ ଅଧିକ ବର୍ଷର କ୍ଲାସିକ ଯାନ, ଜାରି ହେବ ସ୍ୱତନ୍ତ୍ର ନମ୍ବର ପ୍ଲେଟ

ଭୁବନେଶ୍ୱର: ଭିଣ୍ଟେଜ୍ ଯାନକୁ ସୁରକ୍ଷିତ ରଖିବାକୁ ରାଜ୍ୟ ସରକାର ନୂଆ ବ୍ୟବସ୍ଥା ଲାଗୁ କରିଛନ୍ତି । ୫୦ବର୍ଷରୁ ଅଧିକ ବର୍ଷର କ୍ଲାସିକ ଯାନ ସ୍କ୍ରାପ ହେବନି । ଏହି ଗାଡି ଲାଗି ସ୍ୱତନ୍ତ୍ର ନମ୍ବର ପ୍ଲେଟ୍ ଗୁଡ଼ିକ ପାଇଁ ଜାରି ହେବ । ତେବେ ଭିଣ୍ଟେଜ ଯାନ ଗୁଡ଼ିକର ଐତିହ୍ୟକୁ ସଂରକ୍ଷଣ ତଥା ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ଭିଣ୍ଟେଜ ଯାନ ଗୁଡ଼ିକର ପଞ୍ଜିକରଣ ପାଇଁ ବ୍ୟବସ୍ଥା କରିଛି ବୋଲି ଯୁଗ୍ମ କମିଶନର ପରିବହନ, ଦୀପ୍ତିରଞ୍ଜନ ପାତ୍ର (ଟେକ୍ନିକାଲ) ସୂଚନା ଦେଇଛନ୍ତି ।
ଶ୍ରୀ ପାତ୍ର କହିଛନ୍ତି ଯେ, ୫୦ ବର୍ଷରୁ ଅଧିକ ସମୟର କ୍ଲାସିକ୍ ଗାଡିଗୁଡିକ ସ୍ୱତନ୍ତ୍ର ନମ୍ବର ପ୍ଲେଟ୍ ପାଇଁ ଆବେଦନ କରିପାରିବେ । ଭିଣ୍ଟେଜ୍ ଯାନଗୁଡିକର ଐତିହ୍ୟକୁ ସଂରକ୍ଷଣ ତଥା ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଭିଣ୍ଟେଜ୍ ମୋଟର ଯାନଗୁଡିକର ପଞ୍ଜୀକରଣ ପ୍ରକ୍ରିୟା ପାଇଁ ସିଏମ୍‌ଭି ନିୟମ, ୧୯୮୯ ଅନୁଯାୟୀ ବ୍ୟବସ୍ଥା କରିଛି । ଏଭଳି ବ୍ୟବସ୍ଥା କରିବାରେ ଓଡ଼ିଶା ଦେଶରେ ପ୍ରଥମ ରାଜ୍ୟ ହୋଇଛି । ସ୍କ୍ରାପ ନୀତିରେ ପୁରୁଣା ଗାଡ଼ିର ବ୍ୟବହାରକୁ ବନ୍ଦ କରାଯାଇଛି । ମାତ୍ର ଭିଣ୍ଟେଜ ମୋଟର ଯାନ ଗୁଡ଼ିକର ପଞ୍ଜିକରଣକୁ ଅନୁମତି ମିଳିଛି । ନିୟମ ଅନୁସାରେ ଗାଡ଼ିର ପ୍ରଥମ ପଞ୍ଜିକରଣର ୫୦ବର୍ଷରୁ ଅଧିକ ପୁରୁଣା ଗାଡ଼ି ଭିଣ୍ଟେଜ ଭାବେ ଗ୍ରହଣ କରାଯିବ । ନୂତନ ନିୟମ ଅନୁସାରେ ଏକ ବିଶେଷ ଭିଣ୍ଟେଜ୍ ପଞ୍ଜୀକରଣ ମାର୍କ ‘ଭିଏ’ ସିରିଜ୍ (ୟୁନିକ୍ ରେଜିଷ୍ଟ୍ରେସନ୍ ମାର୍କ) ସହିତ ପୁରୁଣା ପଞ୍ଜୀକୃତ ଯାନଗୁଡିକର ଧାରଣ ଭଳି ଯାନର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିବ ।
ଦୁଇ ଚକିଆ ଯାନ ଏବଂ ଚାରି ଚକିଆ ଯାନ (ବ୍ୟକ୍ତିଗତ ବ୍ୟବହାର) ଯାହା ସେମାନଙ୍କର ପ୍ରଥମ ପଞ୍ଜୀକରଣ ତାରିଖ ଠାରୁ ୫୦ ବର୍ଷରୁ ଅଧିକ ପୁରୁଣା ହୋଇଥିବ (ଆମଦାନୀ ହୋଇଥିବା ଯାନ ମଧ୍ୟ ଅନ୍ତର୍ଭୁକ୍ତ) ସେହିଗୁଡିକୁ ଭିଣ୍ଟେଜ୍ ମୋଟର ଯାନ ଭାବରେ ଗ୍ରହଣ କରାଯିବ । ଯେଉଁ ଯାନବାହାନର, ଚେଚିସ୍ କିମ୍ବା ବଡି ସେଲରେ ପରିବର୍ତ୍ତନ, ଏବଂ ଇଞ୍ଜିନରେ କୌଣସି ପ୍ରମୂଖ ମରାମତି ହୋଇନଥିବ ତାହାକୁ ଭିଣ୍ଟେଜ୍ ମୋଟର ଯାନ ଭାବରେ ଗ୍ରହଣ କରାଯିବ । ଫର୍ମ ୨୦ ଅନୁଯାୟୀ ପଞ୍ଜୀକରଣ / ପୁନଃ ପଞ୍ଜୀକରଣ ପାଇଁ ଆବେଦନ କରାଯିବ ଏବଂ ଆମଦାନୀ ହୋଇଥିବା ଯାନ କ୍ଷେତ୍ରରେ ବୀମା ପଲିସି, ଫି, ପ୍ରବେଶ ବିଲ୍ ଏବଂ ପୁରୁଣା ଆରସି ସହିତ ଆସିବ । ଭାରତରେ ପୂର୍ବରୁ ପଞ୍ଜୀକୃତ ହୋଇଥିବା ଯାନ, ଥରେ ଭିଣ୍ଟେଜ୍ ମୋଟର ଯାନ ଭାବରେ ପଞ୍ଜୀକୃତ ହେବା ପରେ ସେହି ଯାନର ପୁରୁଣା ପଞ୍ଜୀକରଣର ପ୍ରମାଣପତ୍ରକୁ ବାତିଲ କରାଯିବ କିନ୍ତୁ ମାଲିକ କେବଳ ଐତିହାସିକ ଉଦ୍ଦେଶ୍ୟରେ ଏହିପରି ବାତିଲ ହୋଇଥିବା ପଞ୍ଜୀକରଣ ପ୍ରମାଣପତ୍ରକୁ ରଖିପାରିବେ ।
ଏହାର ଚେଚିସ, ବଡିସେଲରରେ କୌଣସି ପରିବର୍ତ୍ତନ ହୋଇନଥିବ । ଇଞ୍ଜିନରେ କୌଣସି ପ୍ରମୁଖ ମରାମତି ହୋଇନଥିଲେ ତାହା ଭିଣ୍ଟେଜ ଭାବେ ଗ୍ରହଣ ହେବ । ଏହାକୁ ପୁନଃ ପଞ୍ଜିକରଣ ପାଇଁ ଆବେଦନ କରାଯିବ । ଗାଡ଼ିର ଫିଟନେସ ବୈଧ ଥିଲେ ପଞ୍ଜିକରଣ ପ୍ରମାଣପତ୍ର ପ୍ରଦାନ କରାଯିବ । ଭିଣ୍ଟେଜ ଯାନ ଅନୁମୋଦିତ ହେଲେ ଏହାକୁ ଏକ ନୂତନ ପଞ୍ଜିକରଣ ଚିହ୍ନ ଦିଆଯିବ । ଏକ ନୂତନ ସାର୍ଟିଫିକେଟ୍ ପ୍ରଦାନ ଲାଗି ୨୦,୦୦୦ ଟଙ୍କା ଖର୍ଚ୍ଚ ହେବ ଏବଂ ଏହା ୧୦ ବର୍ଷ ପାଇଁ ବୈଧ ହେବ । ପରବର୍ତ୍ତୀ ସମୟରେ, ଉକ୍ତ ପଞ୍ଜୀକରଣର ନବୀକରଣ ପାଇଁ ମାଲିକର ଅତିରିକ୍ତ ୫୦୦୦ ଟଙ୍କା ଖର୍ଚ୍ଚ ହେବ ଏବଂ ତାହାର ବୈଧତା ୫ ବର୍ଷ ଯାଏ ରହିବ । ଭିଣ୍ଟେଜ୍ ମୋଟର ଯାନଗୁଡିକ ନିୟମିତ / ବାଣିଜ୍ୟିକ ଉଦ୍ଦେଶ୍ୟରେ ରାସ୍ତାରେ ଚାଲିପାରିବ ନାହିଁ । ଏହା କେବଳ ପ୍ରଦର୍ଶନୀ, ରାଲି, ଏବଂ ଏହିପରି ଉଦେଶ୍ୟରେ ଚାଲି ପାରିବ । ଭିଣ୍ଟେଜ୍ ନମ୍ବର ଦିଆଯିବା ପରେ ଏକ ଭିଣ୍ଟେଜ୍ ମୋଟର ଯାନର ମାଲିକ ମଧ୍ୟ ମୋଟର ଯାନର ମାଲିକାନା ସ୍ଥାନାନ୍ତର ପାଇଁ ଆବେଦନ କରି ନିଜର ଭିଣ୍ଟେଜ୍ ଗାଡି ବିକ୍ରି କରିପାରିବେ ଏବଂ ମୋଟର ଯାନ ଅଧିନିୟମ, ୧୯୮୮ ଅନୁଯାୟୀ ପ୍ରଦାନ କରାଯାଇଥିବା ପଦ୍ଧତିରେ ଆବେଦନ କରି ତାଙ୍କ ଠିକଣା ପରିବର୍ତ୍ତନ କରିପାରିବେ ବୋଲି ସେ କହିଛନ୍ତି ।

Related Articles

Leave a Reply

Your email address will not be published.

Back to top button