ମାର୍ଚ୍ଚ ୧ରୁ ଯୁକ୍ତ ଦୁଇ ପରୀକ୍ଷା

ଭୁବନେଶ୍ବର:  ମାର୍ଚ୍ଚ ୧ରୁ ଯୁକ୍ତ ଦୁଇ ପରୀକ୍ଷା  ଆରମ୍ଭ ହେବ।  ଯୁକ୍ତ ୨ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ହେବ। ବାର୍ଷିକ ପରୀକ୍ଷା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ମାର୍ଚ୍ଚ ୧ ତାରିଖରୁ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ହେବ।  କଳା ଓ ବାଣିଜ୍ୟ ବିଷୟରେ  ୨ ତାରିଖରେ ପରୀକ୍ଷା ହେବାକୁ ଥିବା ବେଳେ ୩ ତାରିଖରେ ଧନ୍ଦାମୂଳକ  ବିଷୟରେ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ପରୀକ୍ଷାର ଅଧଘଣ୍ଟା ଆଗରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ ଛାତ୍ରଛାତ୍ରୀ । ସକାଳ ୧୦ଟାରୁ ଦିନ ୧ଟା ପର୍ୟ୍ୟନ୍ତ ପରୀକ୍ଷା ହେବ । ୧୫ମିନିଟ ଆଗରୁ ମିଳିବ ଉତ୍ତରଖାତା ଓ ୯ଟା ୫୫ରେ ମିଳିବ ପ୍ରଶ୍ନପତ୍ର । ପ୍ରଥମ ଦିନ ମାତୃଭାଷା ବିଷୟରେ ପରୀକ୍ଷା ହେବ । ସିସିଟିଭି ନିୟନ୍ତ୍ରଣରେ ରହିବ ପରୀକ୍ଷା କେନ୍ଦ୍ର । ପରୀକ୍ଷାକେନ୍ଦ୍ରରେ କୋଭିଡ ଗାଇଡଲାଇନ ପାଳନ କରାଯିବ । ଫେବ୍ରୁଆରୀ ୧ରୁ ୧୦ତାରିଖ ଯାଏ ପ୍ରାକ୍ଟିକାଲ୍ ପରୀକ୍ଷା ହେବ ।

Related Articles

Leave a Reply

Your email address will not be published.

Back to top button