ଆଗକୁ ନୂଆବର୍ଷ, ମାସ୍କ ପିନ୍ଧିବାକୁ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ

ଭୁବନେଶ୍ୱର: ରାଜ୍ୟରେ ଓମିକ୍ରନ ସବ-ଭାରିଆଣ୍ଟ ବିଏଫ୍‌‌-୭ ଚିହ୍ନଟ ହେବା ପରେ ସ୍ୱାସ୍ଥ୍ୟ ବିଭାଗର ତତ୍ପରତା ବଢ଼ିଛି । ଆଗୁଆ ସତର୍କ ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଏହି ପରିପ୍ରେକ୍ଷୀରେ ଆଜିଠୁ ସମସ୍ତ ହସ୍ପିଟାଲରେ ମକଡ୍ରିଲ ଆରମ୍ଭ ହୋଇଛି । ଷ୍ଟାଫ୍ କେତେ ଅଛନ୍ତି, ମେଡିକାଲରେ ବେଡ଼ କେତେ ରହିଛି, ଅକ୍ସିଜେନର ପରିମାଣ କେତେ ରହିଛି, ଔଷଧ କେତେ ପରିମାଣରେ ମହଜୁଦ ରହିଛି ତାହା ଉପରେ ଗୁରୁତ୍ୱ ଦିଆଯିବ । କେନ୍ଦ୍ର ସରକାରଙ୍କର ମକଡ୍ରିଲ ପାଇଁ ଯେଉଁ ନିର୍ଦ୍ଦେଶ ରହିଥିଲା ସେହି ଅନୁଯାୟୀ ତଥ୍ୟ ଅପଲୋଡ ସରିଥିବା ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ କହିଛନ୍ତି, “କ୍ୟାପିଟାଲ ହସ୍ପିଟାଲ କୋଭିଡ ହସ୍ପିଟାଲ ନୁହେଁ । ମୁଖ୍ୟତଃ ଏଠି ଟେଷ୍ଟିଂ ହୁଏ । ରୋଗୀ ପାଇଁ ଆଇସୋଲେସନ ରୁମ ପ୍ରସ୍ତୁତ ରହିଛି । ଏଠାରୁ ବିଭିନ୍ନ ହସ୍ପିଟାଲକୁ ରୋଗୀଙ୍କୁ ସ୍ଥାନାନ୍ତର କରାଯାଇଥାଏ । ଏଣୁ ବର୍ତ୍ତମାନ ସେସବୁ ଦିଗରେ ଆମେ ଫୋକସ କରୁଛୁ । ବର୍ତ୍ତମାନ ଦିନକୁ ମାତ୍ର ୨୦ ରୁ ୨୫ କୋଭିଡ ଟେଷ୍ଟ ହେଉଛି । ଅଧିକ ଆବଶ୍ୟକ ପଡ଼ିଲେ ଟେଷ୍ଟିଂ ସଂଖ୍ୟା ବୃଦ୍ଧି କରାଯିବ । ଟେଷ୍ଟ କିଟ୍ ମଧ୍ୟ ଅଧିକ ଆବଶ୍ୟକ ହେବ । ଏହାଛଡା କୋଭିଡ ସୁପରିଚାଳନା ପାଇଁ ଅଧିକ ମ୍ୟାନ ପାୱାରର ଆବଶ୍ୟକତା ମଧ୍ୟ ରହିବ । ସେନେଇ ରାଜ୍ୟ ସରକାରଙ୍କୁ ଜଣାଇବୁ ।ଆଜି ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ମଧ୍ୟ ଏହି ଦିଗ ଉପରେ ଫୋକସ କରାଯିବ ବୋଲି କ୍ୟାପିଟାଲ ହସ୍ପିଟାଲ୍ ନିର୍ଦ୍ଦେଶକ କହିଛନ୍ତି ।

Related Articles

Leave a Reply

Your email address will not be published.

Back to top button