ହେୟାର୍‌ ଡ୍ରାୟରର ବ୍ୟବହାର

ନୂତନ ପିଢ଼ି ଆପଣେଉଛି ନୂଆ ଜୀବନଶୈଳୀ । ସୁନ୍ଦର ଦେଖାଯିବା ପାଇଁ ବିଭିନ୍ନ ପ୍ରକାର ତରିକା ଆପଣେଇ ନିଜକୁ ଆକର୍ଷଣୀୟ ଲୁକ ଦେଉଛନ୍ତି ଲୋକେ । ଯଦି ଆପଣ ଚୁଟି ଶୁଖାଇବା ପାଇଁ ହେୟାର୍‌ ଡ୍ରାୟର୍‌ ବ୍ୟବହାର କରୁଛନ୍ତି ତେବେ କିଛି ଦିଗ ପ୍ରତି ଆପଣଙ୍କୁ ସାବଧାନ ରହିବାକୁ ପଡ଼ିବ ।

– ହେୟାର ଡ୍ରାୟର ବ୍ୟବହାର କରୁଥିଲେ, କେଶଠାରୁ ୪-୫ଇଞ୍ଚ ଦୂରତାରେ ଯନ୍ତ୍ରକୁ ରଖନ୍ତୁ ।
– କେଶ ମୂଳରେ ଏହି ଡ୍ରାୟର୍‌ ଗରମ ପବନ ସ୍ପର୍ଶ କଲେ କେଶ ଝଡିବା ସହ ଶୀଘ୍ର ପାଚିଯାଏ ।
– ବଜାରରେ ମିଳୁଥିବା ହେୟାର ସିରମ୍‌ ବ୍ୟବହାର କରନ୍ତୁ । ମନେରଖନ୍ତୁ, ଭଲ କମ୍ପାନୀର ସିରମ୍‌ କିଣି କେଶ ମୂଳରେ ଲଗାଇ ଡ୍ରାୟର୍‌ ବ୍ୟବହାର କରିବା ଉଚିତ         ବୋଲି ସୌନ୍ଦର୍ଯ୍ୟ ବିଶେଷଜ୍ଞ ପରାମର୍ଶ ।
– କେଶର ଘନତ୍ୱ ନ ଥିଲେ ଏଇ ଡ୍ରାୟର ଆଦୌ ବ୍ୟବହାର କରନ୍ତୁନାହିଁ ।
– କେଶରେ ଡ୍ରାୟର ବ୍ୟବହାର କରିବା ପୂର୍ବରୁ କଣ୍ଡିସନିଂ କରିବା ସବୁଠୁ ଜରୁରୀ । କଣ୍ଡିସନିଂ ଦହିରେ କଲେ କେଶକୁ ପୋଷକତତ୍ୱ ମଳିଥାଏ, ଯାହା କାରଣରୁ ଡ୍ରାୟାର୍‌ କୌଣସି ପ୍ରଭାବ ପଡେ଼ ନାହିଁ ।

Related Articles

Leave a Reply

Your email address will not be published.

Back to top button