ଭାରତ-ଚୀନ୍ କମାଣ୍ଡରସ୍ତରୀୟ ମିଟିଂ: ସୁରକ୍ଷା ଓ ସ୍ଥିରତା କାଏମ୍ ପାଇଁ ମହମତି

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ତୱାଙ୍ଗ୍‌ରେ ଭାରତ ଓ ଚୀନ୍ ସେନା ମଧ୍ୟରେ ସଂଘର୍ଷ ପରେ ଉଭୟ ଦେଶର କୋର୍ କମାଣ୍ଡରସ୍ତରୀୟ ମିଟିଂ ଅନୁଷ୍ଠିତ ହୋଇଛି । ତୁଶୁଲ-ମୋଲ୍‌ଡୋ ସୀମା ମିଟିଂ ପଏଣ୍ଟ୍‌ରେ ଡିସେମ୍ବର ୨୦ ତାରିଖରେ ୧୭ତମ ପର୍ଯ୍ୟାୟର ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଉଭୟ ପକ୍ଷ ପଶ୍ଚିମ କ୍ଷେତ୍ରରେ ଥିବା ଏଲ୍‌ଏସି ସହିତ ସମ୍ବନ୍ଧିତ ପ୍ରସଙ୍ଗର ସମାଧାନ ନେଇ ଖୋଲା ଏବଂ ରଚନାତ୍ମକ ଆଲୋଚନା କରିଥିଲେ । ଏହି ବୈଠକ ଅବସରରେ ଦୁଇ ପକ୍ଷ ପଶ୍ଚିମ କ୍ଷେତ୍ରରେ ଗ୍ରାଉଣ୍ଡ୍ ଲେଭଲ୍‌ରେ ସୁରକ୍ଷା ଏବଂ ସ୍ଥିରତା କାଏମ୍ ରଖିବା ନେଇ ସହମତ ହୋଇଥିଲେ । ନିଜ ମଧ୍ୟରେ ନିକଟ ସମ୍ପର୍କ ରକ୍ଷା ସହିତ ସୈନ୍ୟ ଏବଂ ରାଜନୈତିକ ଚ୍ୟାନେଲ୍ ମାଧ୍ୟମରେ ଆଲୋଚନା ଜାରି ରଖିବା ଏବଂ ବାକି ପ୍ରସଙ୍ଗର ଅତିଶୀଘ୍ର ପରସ୍ପର ସ୍ୱୀକାର୍ଯ୍ୟ ସମାଧାନ ପନ୍ଥା ବାହାର କରିବା ଉପରେ କାର୍ଯ୍ୟ କରିବାକୁ ଦୁଇ ପକ୍ଷ ସହମତି ବ୍ୟକ୍ତ କରିଛନ୍ତି ।
ଏହା ପୂର୍ବରୁ ଜୁଲାଇ ୧୭ ତାରିଖରେ ହୋଇଥିବା କଥାବାର୍ତ୍ତା ପରେ ଭାରତ ଏବଂ ଚୀନ୍ ପକ୍ଷରୁ ମିଳିତ ବୟାନ ଜାରି କରାଯାଇଥିଲା । ଏଥିରେ କୁହାଯାଇଥିଲା ଦୁଇପକ୍ଷ ଖୋଲା ମନରେ ନିଜ କଥା ରଖିଥିଲେ ଏବଂ ପ୍ରସଙ୍ଗ ଉପରେ ଗମ୍ଭୀରତାର ସହ କଥାବାର୍ତ୍ତା କରିଥିଲେ । ଏଲ୍‌ଏସିରେ ଶାନ୍ତି ପ୍ରତିଷ୍ଠା ପାଇଁ ବାକି ପ୍ରସଙ୍ଗର ଶୀଘ୍ର ସମଧାନ ଜରୁରୀ ବୋଲି ଦୁଇଦେଶ ପକ୍ଷରୁ କୁହାଯାଇଥିଲା ।

Related Articles

Leave a Reply

Your email address will not be published.

Back to top button