ମଦ ନେଇଗଲା ଜଣଙ୍କ ଜୀବନ

ମୁମ୍ବାଇ: ମଦ ନେଇଗଲା ଜଣଙ୍କ ଜୀବନ। ମଦ ପିଇ ନୁହେଁ, ମଦ ପିଇବା ପାଇଁ ଟଙ୍କା ନଦେବାରୁ ୪୪ ବର୍ଷୀୟ ମହିଳାଙ୍କୁ ହତ୍ୟା କରାଯାଇଛି । ମହାରାଷ୍ଟ୍ରର ଥାନେ ଜିଲ୍ଲା ଡୋମ୍ବିଭଲି ଅଞ୍ଚଳରେ ବୁଧବାର ଏହି ହତ୍ୟାକାଣ୍ଡ ଘଟିଛି । ମୃତକ ଜଣଙ୍କ ହେଲେ ବୈଶାଳୀ ମାସୁଦ୍ । ଜଣେ ପଡ଼ୋଶୀ ମଦ ପିଇବା ପାଇଁ ତାଙ୍କୁ ଟଙ୍କା ମାଗିଥିଲେ । ହେଲେ ସେ ମନା କରିଦେବାରୁ ପଡ଼ୋଶୀ ଜଣକ ତାଙ୍କୁ ହତ୍ୟା କରିଥିଲେ । ଅଭିଯୁକ୍ତକୁ ଗିରଫ କରି ପୋଲିସ ତଦନ୍ତ ଚଳାଇଛି । ତଦନ୍ତବେଳେ ଜଣାପଡ଼ିଛି ଯେ, ଲଗାତାର ଭାବେ ଅଭିଯୁକ୍ତ ଜଣକ ବୈଶାଳୀ ଓ ତାଙ୍କ ପୁଅଠାରୁ ମଦ ପିଇବା ପାଇଁ ଟଙ୍କା ମାଗି ଆସୁଥିଲେ । ବୁଧବାର ସକାଳେ ବୈଶାଳୀଙ୍କୁ ସେ ଟଙ୍କା ମାଗିଥିଲେ । ହେଲେ ସେ ମନା କରିଦେଇଥିଲେ । ଏଥିରେ ରାଗିଯାଇ ଅଭିଯୁକ୍ତ ଜଣକ ରାଗି ଛୁରୀ ତାଙ୍କ ଉପରକୁ ଆକ୍ରମଣ କରିଥିଲେ । ବାରମ୍ବାର ଛୁରୀରେ ଆକ୍ରମଣ ଯୋଗୁ ବୈଶାଳୀଙ୍କ ମୃତ୍ୟୁ ହୋଇଛି । ଅଭିଯୁକ୍ତକୁ ଗିରଫ କରି ପୋଲିସ ତଦନ୍ତ ଚଳାଇଛି ।

Related Articles

Leave a Reply

Your email address will not be published.

Back to top button