ଜନ୍ମହାର ବୃଦ୍ଧି ପାଇଁ ଜାପାନ ସରକାରଙ୍କ ବଡ଼ ଘୋଷଣା

ଟୋକିଓ: ଜାପାନରେ ଜନସଂଖ୍ୟା କ୍ରମଶଃ ହ୍ରାସ ପାଇଚାଲିଥିବାବେଳେ ସମ୍ପ୍ରତି ଜନ୍ମହାର ବୃଦ୍ଧି ପାଇଁ ଜାପାନ ସରକାର ଏକ ବଡ଼ ଘୋଷଣା କରିଛନ୍ତି। ଜାପାନର ସ୍ୱାସ୍ଥ୍ୟ, ଶ୍ରମ ଏବଂ କଲ୍ୟାଣ ମନ୍ତ୍ରଣାଳୟ ଲୋକମାନଙ୍କୁ ଶିଶୁ ଜନ୍ମ ହାର ବୃଦ୍ଧି ପାଇଁ ପ୍ରୋତ୍ସାହନ ଦେବା ସହ ଆର୍ଥିକ ରାଶି ମଧ୍ୟ ପ୍ରଦାନ କରୁଛନ୍ତି । ଜନ୍ମହାର କିଛିବର୍ଷ ହେବ ହ୍ରାସ ପାଉଥିବାରୁ ସରକାରଙ୍କ ଦ୍ୱାରା ଏଭଳି ପଦକ୍ଷେପ ନିଆଯାଇଛି । ଜାପାନରେ ପିତାମାତାଙ୍କୁ ନୂତନ ସନ୍ତାନ ଜନ୍ମରେ ଶିଶୁ ପ୍ରସବ ଏବଂ ଶିଶୁ ଯତ୍ନ ପାଇଁ ୪୨୦,୦୦୦ ୟେନ୍ ରାଶି ପ୍ରଦାନ କରାଯାଉଛି । ଜାପାନର ସ୍ୱାସ୍ଥ୍ୟମନ୍ତ୍ରୀ କାଟସୁନୋବୁ କାଟୋ କହିଛନ୍ତି ଯେ, ଶିଶୁ ପ୍ରସବ ପାଇଁ ଦିଆଯାଉଥିବା ଅର୍ଥରାଶିକୁ ବୃଦ୍ଧି କରାଯାଇ ୫୦୦,୦୦୦ ୟେନ୍ ଦିଆଯିବ । ଏନେଇ ସେ ପ୍ରଧାନମନ୍ତ୍ରୀ ଫୁମିଓ କିଶିଡାଙ୍କୁ ପ୍ରସ୍ତାବ ମଧ୍ୟ ଦେଇସାରିଛନ୍ତି । ତେବେ ଏହି ପ୍ରସ୍ତାବଟି ୨୦୨୩ ଆର୍ଥିକ ବର୍ଷରେ ଅନୁମୋଦନ ଓ କାର୍ଯ୍ୟକାରୀ ହେବ ବୋଲି ଆଶା କରାଯାଉଛି । “ସନ୍ତାନ ପ୍ରସବ ଏବଂ ଶିଶୁ ଯତ୍ନ ଲମ୍ପ-ସମ୍ ଗ୍ରାଣ୍ଟ” କାରଣରୁ ଲୋକେ ପିଲା ଜନ୍ମ କରିବା ପାଇଁ ଚାହୁଁନାହାଁନ୍ତି । ଦିନକୁ ଦିନ ବଢ଼ୁଥିବା ଖର୍ଚ୍ଚକୁ ଆଖି ଆଗରେ ରଖି ଶିଶୁ ଜନ୍ମ ପାଇଁ ମନ ବଳାଉନାହାନ୍ତି ଲୋକେ । ଜାପାନର ଜନ ଚିକିତ୍ସା ବୀମା ବ୍ୟବସ୍ଥା ଦ୍ୱାରା ଲୋକଙ୍କୁ କିଛି ଆର୍ଥିକ ରାଶି ସହାୟତା କଲେ ଏହି ହାର ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ଯେଉଁମାନଙ୍କର ଗୋଟିଏ ସନ୍ତାନ ଅଛି, ସେମାନଙ୍କୁ ମଧ୍ୟ ଆଉ ଗୋଟେ ଶିଶୁ ଜନ୍ମ ପାଇଁ ପ୍ରୋତ୍ସାହନ ଦେଉଛନ୍ତି ସରକାର । ବର୍ତ୍ତମାନ ଗୋଟିଏ ଶିଶୁ ସନ୍ତାନଟିଏ ଜନ୍ମ କରିବାକୁ ହେଲେ ହାରାହାରି ୪୭୩,୦୦୦ ୟେନ୍ ଖର୍ଚ୍ଚ ହେଉଛି । ତେବେ ଅତିରିକ୍ତ ଅନୁଦାନ ରାଶି ବୃଦ୍ଧି ହୋଇଥିଲେ ମଧ୍ୟ ପିତାମାତା ସନ୍ତାନ ଜନ୍ମ ପରେ ହସ୍ପିଟାଲରୁ ଘରକୁ ଫେରିବା ବେଳକୁ ହାରାହାରି ୩୦,୦୦୦ ୟେନ୍ ବଳକା ରାଶି ରହୁଛି, ଯାହାକି ଶିଶୁ ଯତ୍ନ ପାଇଁ ସହାୟକ ହେବ ନାହିଁ । ଯଦି ଅତିରିକ୍ତ ଅର୍ଥରାଶିକୁ ୮୦,୦୦୦ ୟେନ୍ ବଢ଼ାଇ ଦିଆଯାଏ, ତେବେ ଏହା ୨୦୦୯ ପରଠୁ ସର୍ବାଧିକ ବୃଦ୍ଧି ବୋଲି ବିବେଚନା କରାଯିବ ।

Related Articles

Leave a Reply

Your email address will not be published.

Back to top button