ଶ୍ରୀଜଗନ୍ନାଥଙ୍କ ଜମି ବିକ୍ରି: ମିଳିଛି ୧୩୪.୬୫ କୋଟି

ଭୁବନେଶ୍ୱର: ଶ୍ରୀଜଗନ୍ନାଥଙ୍କ ଜମି ବିକ୍ରିରୁ ଶ୍ରୀମନ୍ଦିର ପ୍ରଶାସନକୁ ମିଳିଛି ୧୩୪ କୋଟି ୬୫ ଲକ୍ଷ ୨୯,୧୫୧ ଟଙ୍କା । ବିଗତ ୫ ବର୍ଷ ମଧ୍ୟରେ ତାହା ମିଳିଛି । ଏହି ତଥ୍ୟ ଦେଇ ଗୃହକୁ ଅବଗତ କରିଛନ୍ତି ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା । ଶନିବାର ବିଧାନସଭାରେ ବିଜେପି ବିଧାୟକ କୁସୁମ ଟେଟେଙ୍କ ପ୍ରଶ୍ନର ଉତ୍ତରରେ ଆଇନ୍ ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି ଯେ, ଓଡ଼ିଶା ବାହାରେ ୬ ଗୋଟି ରାଜ୍ୟରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ୩୯୫ ଏକର ୨୫୨ ଡିସିମିଲ ପରିମିତ ଜମି ରହିଛି । ଓଡ଼ିିଶା ଭିତରେ ଥିବା ଶ୍ରୀଜୀଉଙ୍କ ଜମି ମଧ୍ୟରୁ ୨୦୨୦-୨୧ ଓ ୨୦୨୧-୨୨ ଆର୍ôଥକ ବର୍ଷରେ ୪୦ ଏକର ୭୯୯ ଡିସିମିଲ ପରିମିତ ଜମି ବିକ୍ରୟ କରାଯାଇଅଛି । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାମରେ ଥିବା ଭୂ-ସମ୍ପତିର ବିଭିନ୍ନ ଉପରୁ ଗତ ୨୦୨୧-୨୨ ଆର୍ôଥକ ବର୍ଷରେ ୫୫, ୮୦, ୮୪, ୮୫୯ ଟଙ୍କା ଆଦାୟ ହୋଇଅଛି । ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଉପଲବ୍ଧ ହେଉଥିବା ମହାପ୍ରସାଦର ଦର ନିୟନ୍ତ୍ରଣ ବିଷୟ ଅନୁଧ୍ୟାନ କରାଯାଉଛି । ଅନ୍ୟପକ୍ଷରେ ଶାସକ ସଭ୍ୟ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତରରେ ଆଇନ୍ ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି ଯେ, ମୃଣାଳିନୀ ପାଢ଼ୀ ମାମଲାରେ ସୁପ୍ରିମ କୋର୍ଟ ଶ୍ରୀଜଗନ୍ନାଥଙ୍କର ଓଡ଼ିଶା ରାଜ୍ୟ ଭିତରେ ଚିହ୍ନଟ ହୋଇଥିବା ୬୦ ହଜାର ୪୧୮ ଏକର ପରିମିତ ଜମି ସ୍ଥଳେ ମାତ୍ର ୩୪ ହଜାର ୨୦୦ ଏକର ୯୭୬ ଡିସିମିଲ ପରିମିତ ଜମିର ସ୍ୱତ୍ତ୍ୱଲିପି ଶ୍ରୀମନ୍ଦିର ପ୍ରଶାସନରେ ପ୍ରାପ୍ତ ହୋଇଥିବାରୁ ଅବଶିଷ୍ଟ ସ୍ୱତ୍ତ୍ୱଲିପି ଆସନ୍ତା ୬ ମାସ ମଧ୍ୟରେ ସଂଶୋଧନ କରାଯିବ ପାଇଁ ସଦୟ ଆଦେଶ ପ୍ରଦାନ କରିଥିଲେ । ଉକ୍ତ ଆଦେଶ ପରିପ୍ରେକ୍ଷୀରେ ଅଦ୍ୟାବଧି ଓଡ଼ିଶା ରାଜ୍ୟର ୨୪ ଜିଲ୍ଲାରେ ୬୦ ହଜାର ୪୨୬ ଏକର ୯୪୩ ଡିସିମିଲ ଚିହ୍ନଟ ହୋଇଥିବା ଜମି ମଧ୍ୟରୁ ୩୮ ହଜାର ୬୧ ଏକର ୮୯୨ ଡିସିମିଲ ପରିମିତ ଜମିର ସଂଶୋଧନ ସ୍ୱତ୍ତ୍ୱଲିପି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପ୍ରାପ୍ତ ହୋଇଅଛି । ଅବଶିଷ୍ଟ ୨୨ ହଜାର ୩୬୫ ଏକର ୫୧ ଡିସିମିଲ ପରିମିତ ଜମିର ସଂଶୋଧିତ ସ୍ୱତ୍ତ୍ୱଲିପି ପ୍ରାପ୍ତ ହୋଇନାହିଁ । ମନ୍ତ୍ରୀ କହିଛନ୍ତି ଯେ, ବିଭିନ୍ନ ତହସିଲ ଅଧିନସ୍ଥ ମେ?ଜାମାନଙ୍କରେ ବନ୍ଦୋବସ୍ତ ଓ ଚକବନ୍ଦୀ ରେକର୍ଡରେ ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ, ପୁରୀଙ୍କ ନାମ ଦରଜ କରାଯାଇ ମଠାଧୀଶ କିମ୍ବା ବ୍ୟକ୍ତି ବିଶେଷଙ୍କ ମାର୍ଫତଦାରୀରେ ହୋଇଥିବା ରେକର୍ଡକୁ ସଂଶୋଧନ କରି ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ, ପୁରୀ ମାର୍ଫତ ଶ୍ରୀମନ୍ଦିର ପରିଚାଳନା କମିଟିଙ୍କ ନାମ ଦରଜ ପୂର୍ବକ ସଂଶୋଧିତ ସ୍ୱତ୍ତ୍ୱଲିପି ପ୍ରଦାନ କରିବା ନିମନ୍ତେ ମୋଟ ୩୭୬୭ ଗୋଟି ରେଭେନ୍ୟୁ ମିସ୍ କେସ୍ ୧୦ ହଜାର ୮୦୮ ଏକର ୫୮୪ ଡିସିମିଲ ପରିମିତ ଜମି ଉପରେ ସଂପୃକ୍ତ ତହସିଲଦାରଙ୍କ ଇଜିଲାସରେ ଦାଏର କରାଯାଇଛି, ଯାହାକି ବିଚାରାଧୀନ ରହିଅଛି । ଏହାକି ଫଇସଲା କରି ସଂଶୋଧିତ ସ୍ୱତ୍ତ୍ୱଲିପି ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରିବା ପାଇଁ ସଂପୃକ୍ତ ତହସିଲଦାର ଓ ଉପଜିଲ୍ଲାପାଳଙ୍କ ସହିତ ବାରମ୍ବାର ପତ୍ରାଳାପ କରାଯାଇଅଛି ବୋଲି ସେ ପ୍ରକାଶ କରିଛନ୍ତି ।

Related Articles

Leave a Reply

Your email address will not be published.

Back to top button